Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ପେଡ଼ ହାପିନେସ ଫାଉଣ୍ଡେସନ ଦ୍ଵାରା ପୁନେ ରେ ବିଶ୍ଵ ମହିଳା ଋତୁଶ୍ରାବ ସ୍ୱଚ୍ଛତା ଦିବସରେ ସଚେତନ ଶିବିର ଓ ସାନିଟାଇଜର ବଣ୍ଟନ

ବେଲଗୁଣ୍ଠା: ବେଲଗୁଣ୍ଠାର ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ମହାରାଷ୍ଟ୍ରର ପଞ୍ଜିକୃତ ଓଡ଼ିଆ ଅନୁଷ୍ଠାନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଆନୁକୂଲ୍ଯରେ ପୁନେର ଚିଞ୍ଚ୍ୱଡ ଠାରେ ବିଶ୍ୱ ମେନ୍ସୁରେସନ ହାଇଜିନ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଆୟୋଜିତ କରାଯାଇ ବସ୍ତି ଅଞ୍ଚଳ ମାନଙ୍କରେ ଅସୁରକ୍ଷିତ ଭାବରେ ଜୀବନଯାପନ କରୁଥିବା ନିମ୍ନ ମଧ୍ୟବିତ ପରିବାରର ସ୍ତ୍ରୀ ଲୋକଙ୍କୁ ସ୍ୱଚ୍ଛତା ଉପରେ ଅବଗତ କରାଇ ଉପଯୁକ୍ତ ଖାଦ୍ୟପେୟ ସହିତ ୩୫୦ ଜଣଙ୍କୁ ସେନିଟାରି ପେଡ୍ ପ୍ରଦାନ କରାଯାଇଛି I ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନର ସଂସ୍ଥାପକ ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ର ଅସୁରକ୍ଷିତ ଋତୁସ୍ରାବ ହେତୁ ଗର୍ଭାଶୟରେ ହେଉଥିବା କର୍କଟ ରୋଗର କାରଣ ନିରାକରଣ ଓ ସତର୍କତା ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଡେରାଡୁନର ପେଟ୍ରୋଲିୟମ୍ ଓ ଏନାର୍ଜି ବିଶ୍ୱବିଦ୍ୟାଳୟର ଛାତ୍ର ବରୁନ ମହାଜନ ଓ ତେଜସ ଏଥିରେ ସହଭାଗି ଥିଲେ। ଯାନ୍ତ୍ରିକ ବିଜ୍ଞାନ ଛାତ୍ରୀ ଇସହିତା ଭୁମକର ସ୍ତ୍ରୀ ମାନଙ୍କର ମାସିକ ଋତୁଚକ୍ର ସମୟର ସାବଧାନତା ଓ ସ୍ୱଚ୍ଛତା ଉପରେ ଅବଗତ କରାଇଥିଲେ । ସମାଜସେବୀ ନରେନ୍ଦ୍ର ଚହ୍ୱାନ ଓ ସୁରେଶ ବୋରହଡେ ମଧ୍ୟ ଏଥିରେ ଯୋଗଦାନ କରି ଏହି ଅନୁଷ୍ଠାନ ସହିତ ମିଶ୍ରଣର ଅନୁଭବକୁ ଦର୍ଶାଇଥିଲେ । ସରୋଜ ରାଉଳ , ସତ୍ୟପ୍ରକାଶ ଦାସ , ସଫ୍ଟୱୟାର ଇଞ୍ଜିନିୟର ଦ୍ୱାରିକା ଚଉଧରି ,ନବୀନ ଏବଂ ସଚିନ ସକ୍ରିୟ ଭାବରେ ଏହି କାର୍ୟକ୍ରମକୁ ସଫଳପୂର୍ବକ ସମ୍ପାଦନ କରିବାରେ ସହଯୋଗ କରିଥିଲେ । ପ୍ରକାଶ ଥାଉକି ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ ସମଗ୍ର ଦେଶର ଅସହାୟ ମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ସୁରକ୍ଷା ଓ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ଆଦିର ଡେଭଲପମେଣ୍ଟ କରିବାର ଏକ ଅଭିନବ ପ୍ରୟାସ କରିଆସୁଅଛି ତାହା ସହ ପ୍ରବାସୀ ଓଡିଆଙ୍କ ବିପଦ ସମୟ ରେ ସହଯୋଗ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛି। ବିଭିନ୍ନ ବସ୍ତି ଅଞ୍ଚଳ ମାନଙ୍କରେ ଲୋକମାନଙ୍କୁ ସାହାଯ୍ୟ ସହାନୁଭୁତି ସହିତ ସଜାଗପୂର୍ଣ୍ଣ ବାର୍ତ୍ତା ଓ ଜାଗରଣ ଆଦି କ୍ୟାମ୍ପ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରିବାର ପ୍ରୟାସ କରୁଅଛି I ପରିଶେଷରେ ସ୍ପ୍ରେଡ୍ ହେପିନେସ୍ ତରଫରୁ ସରୋଜ ରାହୁଳ ଧନ୍ୟବାଦ୍ ଜ୍ଞାପନ କରିଥିଲେ |