Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବନ ବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ. ପତ୍ରlପାଲି ଠାରେ ଆଜି ବନବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି l ସିଣ୍ଢୋଲ ଫରେଷ୍ଟର ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଲୁଣ୍ଡା ରେଞ୍ଜର ସଞ୍ଜୀବ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ବୁଝାଇଥିଲେ l ସମ୍ମାନିତ ଅତିଥି ଭାବରେ ଟିମ୍ ଲିଡର ପଦ୍ମ ଲୋଚନ ଯୋଶୀ ଯୋଗଦେଇ ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ଏବଂ ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ବୋଲି ପ୍ରକାଶ କରିଥିଲା l ଏହି ଅବସରରେ ଏକ ସଚେତନତା ରାଲି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲା l କାର୍ଯ୍ୟକ୍ରମ ରେ ବନବିଭାଗର ସମସ୍ତ କର୍ମଚାରୀ, ଜନସାଧାରଣ ଉପସ୍ଥିତି ରହିଥିବା ବେଳେ ଶେଷରେ ବନରକ୍ଷୀ ପ୍ରବୀଣ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ l