Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଣ୍ଢୋଲ ରେ ମେଗାପାନୀୟ ଜଳ ବିଶୋଧନ ପ୍ରକଳ୍ପ ର ଭୂମିପୂଜା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ସିଣ୍ଡୋଲ ଗ୍ରାମରେ ଆଜି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେଵା ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଥିଲା l ଏହି ଭୂମିପୂଜାରେ ଉଲୁଣ୍ଡା ବ୍ଳକ ଅଧକ୍ଷା ଶାନ୍ତିଲତା ମିଶ୍ର, ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା,  ସିଣ୍ଡୋଲ ସରପଞ୍ଚ ପ୍ରଦୀପ ଦେହୁରୀ, ଉଲୁଣ୍ଡା ର ପାନୀୟ ଜଳ ବିଭାଗ ର ଯନ୍ତ୍ରୀ ନିରଞ୍ଜନ ସାହୁ, ଏସଡ଼ିଓ ବଳରାମ ମାଝୀ, ମେଗାପ୍ରକଳ୍ପ ର ଇନଚାର୍ଜ ବିନୋଦ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ l  ଏହି ପ୍ରକଳ୍ପ କୁ ସିଣ୍ଡୋଲ ମହାନଦୀ ରୁ ପାଣି ଯୋଗାଣ କରି ସିଣ୍ଡୋଲ ରେ ବିଶୋଧନ ହେଲା ପରେ ଉଲୁଣ୍ଡା ବ୍ଳକ ର ସମସ୍ତ ଗ୍ରାମ କୁ ପାଇପ ମାଧ୍ୟମ ରେ ଜଳ ଯୋଗାଣ ହେବ ବୋଲି ପ୍ରକାଶ। ଉକ୍ତ ପ୍ରକଳ୍ପ ରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବା ସଙ୍ଗେ   ଦୁଇ ବର୍ଷ ଭିତରେ ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ