Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Lucknow Suicide: ‘ସରି ମମି-ପାପା’ ଲେଖି ଜୀବନ ହାରିଲେ ଏକମାତ୍ର ଭାଇ, ରାକ୍ଷୀ ପୂର୍ବରୁ ଉଜୁଡ଼ିଗଲା ପରିବାର

ଉତ୍ତରପ୍ରଦେଶ: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଛି ଦୁଃଖଦ ଖବର। ତିନି ଭଉଣୀଙ୍କ ଏକମାତ୍ର ଭାଇ ୧୮ ବର୍ଷୀୟ ଆଦର୍ଶ ମିଶ୍ରଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ଆଦର୍ଶ ଏକ ଘରୋଇ କଲେଜରେ ବିଟେକ୍‌ ଦ୍ୱିତୀୟ ବର୍ଷରେ ପଢୁଥିଲେ।

ରାକ୍ଷୀ ପୂର୍ଣ୍ଣିମା ପାଇଁ ପରିବାରରେ ଖୁସିର ମାହୋଲ ଥିବାବେଳେ ଆଦର୍ଶ ନିଜ ଗାଁରେ ଆୟୋଜିତ ରୁଦ୍ରାଭିଷେକ କାର୍ଯ୍ୟକ୍ରମରେ ଯୋଗଦେଇ ଲକ୍ଷ୍ନୌ ଫେରିଥିଲେ। ତାଙ୍କୁ ବାପା ନିଜେ ବସ୍‌ରେ ବସାଇ ଲକ୍ଷ୍ନୌ ପଠାଇଥିଲେ। ଘରକୁ ଫେରିବା ପରେ ମଧ୍ୟ ସେ ସାଧାରଣ ଥିବା ପରିବାର କହିଛି।

ତେବେ ଘଟଣା ଦିନ ସକାଳେ ବାପା-ମାଆଙ୍କ ସହ ଫୋନରେ କଥା ହେବାର କିଛି ଘଣ୍ଟା ପରେ ଆଦର୍ଶଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଖବର ପରିବାରକୁ ମିଳିଥିଲା। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ପରେ ତାଙ୍କ ରୁମ୍‌ରୁ ଏକ ଚିଠି ମିଳିଥିବା ପୁଲିସ କହିଛି। ଏଥିରେ ସେ ନିଜ ମାଆ-ବାପାଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି। ତେବେ ଏହି ଚରମ ପଦକ୍ଷେପ ପଛରେ ପ୍ରକୃତ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ମୋବାଇଲ୍, କଲ୍ ଡିଟେଲ୍‌ ଓ ସାଙ୍ଗସାଥୀଙ୍କଠାରୁ ତଥ୍ୟ ସଂଗ୍ରହ କରି ତଦନ୍ତ ଜାରି ରଖିଛି।

ରାକ୍ଷୀ ପୂର୍ଣ୍ଣିମାରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ତିନି ଭଉଣୀ ଅପେକ୍ଷା କରିଥିବାବେଳେ, ତା’ ପୂର୍ବରୁ ଆଦର୍ଶଙ୍କ ମୃତ୍ୟୁ ଖବର ସମଗ୍ର ପରିବାରର ଖୁସିକୁ ଶୋକରେ ପରିଣତ କରିଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ