Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Raksha Bandhan: ରାକ୍ଷୀ ଉପଲକ୍ଷେ ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଉପହାର, ‘ଆମ ବସ୍‌’ରେ ଆଜି ମାଗଣା ଯାତ୍ରା

ଭୁବନେଶ୍ୱର: ରାଖୀ ପୂର୍ଣ୍ଣିମା ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛି କ୍ରୁଟ୍‌। ଆଜି ମହିଳାମାନେ ‘ଆମ ବସ୍‌’ରେ ମାଗଣାରେ ଯାତ୍ରା କରିପାରିବେ। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍‌ ସେବାରେ ଏହି ସୁବିଧା ଉପଲବ୍ଧ ହେବ।

କ୍ରୁଟ୍‌ର ଏହି ପଦକ୍ଷେପ ଦ୍ୱାରା ଦିନକରେ ପ୍ରାୟ ଏକ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ମହିଳାମାନେ ଯେପରି ନିରାପଦ, ସୁବିଧାଜନକ ଓ ଆର୍ଥିକ ଭାରମୁକ୍ତ ଭାବେ ଯାତ୍ରା କରିପାରିବେ, ଏହି ବିଶେଷ ସୁବିଧାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।

ସହଜ ଓ ସୁଲଭ ଜନପରିବହନ ମାଧ୍ୟମରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣକୁ ଆହୁରି ମଜବୁତ କରିବା ଦିଗରେ ଏହା ଏକ ପଦକ୍ଷେପ। ବିଶେଷକରି ମହିଳାଙ୍କ ସୁବିଧା ଓ ସ୍ୱାଧୀନ ଯାତାୟାତକୁ ଗୁରୁତ୍ୱ ଦେଇ ରାଖୀ ପୂର୍ଣ୍ଣିମାରେ ଏହି ସୁବିଧା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ