Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nepal Flood Relief: ନେପାଳରେ ଜଳପ୍ରଳୟ, ଦେବଦୂତ ସାଜିଲା ଭାରତ; PM ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବାଲେନ ଶାହା

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟା ଓ ଜଳପ୍ରଳୟ ପରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଦାବି ଅନୁସାରେ, ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ଏଭଳି କଠିନ ସମୟରେ ଭାରତ ନେପାଳ ପାଇଁ ସହାୟତାର ହାତ ବଢ଼ାଇଛି। ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ଓ ମାନବୀୟ ସହାୟତା ପଠାଯାଇଥିବା ସୂଚନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିପର୍ଯ୍ୟୟରେ ପ୍ରାଣହାନିକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ନେପାଳକୁ ସମସ୍ତ ପ୍ରକାର ମାନବୀୟ ସହାୟତା ଦେବାକୁ ଭାରତ ପ୍ରସ୍ତୁତ ଥିବା କହିଛନ୍ତି।

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହା ଏହି ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିବାବେଳେ, ନେପାଳର ବିପର୍ଯ୍ୟସ୍ତ ପରିସ୍ଥିତିରେ ଭାରତ ପକ୍ଷରୁ ପ୍ରକାଶ ପାଇଥିବା ଏକତା ଓ ସହଯୋଗର ଭାବନାକୁ ବାଲେନ ଶାହା ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ, ଏହି କଠିନ ସମୟରେ ନେପାଳ ପ୍ରତି ଭାରତର ଆତ୍ମୀୟତା ଏବଂ ସହାୟତାର ଉଦାର ପ୍ରସ୍ତାବକୁ ଦେଶ ହୃଦୟରୁ ପ୍ରଶଂସା କରୁଛି।

ବାଲେନ ଶାହାଙ୍କ କହିବା ଅନୁସାରେ, ଏହି ସହଯୋଗ ଭାରତ ଓ ନେପାଳ ମଧ୍ୟରେ ଥିବା ଦୀର୍ଘଦିନର ଘନିଷ୍ଠ ବନ୍ଧୁତ୍ୱକୁ ପ୍ରତିଫଳିତ କରୁଛି। ଅନ୍ୟପଟେ, PM ମୋଦି ମଧ୍ୟ ସୋସିଆଲ ମିଡିଆରେ ନେପାଳର ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଭାରତୀୟ ଟିମ୍ ସହଯୋଗ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଜଳପ୍ରଳୟରେ ଧ୍ୱଂସସ୍ତୂପ ହୋଇଥିବା ନେପାଳରେ ଏବେ ଉଦ୍ଧାର କାର୍ଯ୍ୟ ସହ ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ