ଲଡୁଗାଁ ବ୍ରହ୍ମା କୁମାରୀ ବିଦ୍ୟାଳୟ ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ।
କଳାହାଣ୍ଡି,୨୭/୦୮
ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ ପର୍ବ, ସ୍ନେହ ଶ୍ରଦ୍ଧା ର ଡୋରି ରେ ଭଉଣୀ ଭାଇ ର ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ର ମଙ୍ଗଳାକାମନା ସହ ଭଉଣୀ ର ସୁରକ୍ଷା ପାଇଁ ଆଶ୍ରିବାଦ କାମନା କରିଥାଏ। ଏହି ପବିତ୍ର ରକ୍ଷା ବନ୍ଧନ ଅବସରରେ କୋକସରା ବ୍ଲକ ଲଡୁଗାଁ ସ୍ଥିତ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ମୁଖ୍ୟ ପ୍ରଶାସିକା ବ୍ରହ୍ମ କୁମାରୀ ଲତା ଭଉଣୀ ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ ର ଅଧ୍ୟକ୍ଷ ଡ. ନିହାରକାନ୍ତ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼. ଅଜୟ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ହିନ୍ଦୁ ଓ ସନାତନ ଧର୍ମ ର ଏହି ମହାନ ପର୍ବ ରେ ଭାଇ ଭଉଣୀ ମଧ୍ୟରେ ରହିଥିବା ସମ୍ପର୍କ କୁ ଏହି ରକ୍ଷା ବନ୍ଧନ ପର୍ବ ଯୁଗ ଯୁଗ ଧରି ଉଜ୍ଜୀବିତ କରି ରଖିଛି ବୋଳି କହିଥିଲେ। କାର୍ଯ୍ୟକ୍ରମ କୁ ଅଶୋକ କୁମାର ଅଗ୍ରୱାଲ ମଞ୍ଚ ସଂଯୋଜନା କରିଥିବା ବେଳେ ମୁରାରିଲାଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ସହ ଜଡିତ ବ୍ରହ୍ମା କୁମାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

