Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Operation Sindoor Reveal: ‘S-400’ ର ଠିକଣା ଖୋଜିବାକୁ Indiaରେ Pakistan ଲଗାଇଥିଲା Spies-Sleeper Cells

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସମୟରେ ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ୍ ପାକିସ୍ତାନ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାଜିଥିଲା। ପାକିସ୍ତାନ ଏହି S-400 ସିଷ୍ଟମଗୁଡ଼ିକର ଅବସ୍ଥିତି ଜାଣିବା ପାଇଁ ଭାରତ ଭିତରେ ଗୁପ୍ତଚର ଓ sleeper cellsକୁ ସକ୍ରିୟ କରିଥିଲା ବୋଲି ପୂର୍ବତନ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି। Operation Sindoor ସମୟରେ Western Air Commandର ମୁଖ୍ୟ ଥିବା ମିଶ୍ରଙ୍କ କହିବା ଅନୁସାରେ, S-400ର ଭୟରେ ପାକିସ୍ତାନୀ ଯୁଦ୍ଧ ବିମାନ ଭାରତୀୟ ସୀମାର ପ୍ରାୟ ୨୦୦ କିଲୋମିଟର ଭିତରକୁ ଆସିପାରୁନଥିଲେ।

ଏୟାର ମାର୍ଶାଲ ମିଶ୍ରଙ୍କ ଅନୁସାରେ, S-400ର ଅବସ୍ଥାନ ଚିହ୍ନଟ କରିବାକୁ ପାକିସ୍ତାନ ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରିଥିଲା ଏବଂ ଅନ୍ୟ ଦେଶର satellite support ମଧ୍ୟ ନେଇଥିଲା। ପାକିସ୍ତାନର ବିମାନ ଆକାଶକୁ ଉଡ଼ିବା ମାତ୍ରେ S-400ର ନଜରରେ ପଡ଼ୁଥିବାରୁ ଏହି Russian-made air defence system ପାକିସ୍ତାନ ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଥିଲା। ଭାରତର ‘Sudarshan Chakra’ ଭାବେ ପରିଚିତ S-400 ଦୂରରୁ ଆକାଶପଥରେ ଆସୁଥିବା fighter jet, drone ଓ missile ଭଳି ବିପଦକୁ ଚିହ୍ନଟ କରି ଧ୍ୱଂସ କରିବାର କ୍ଷମତା ରଖିଥାଏ।

Operation Sindoorରେ ପାକିସ୍ତାନ ପକ୍ଷରୁ drone ଓ missile attack ହେବା ପରେ ଭାରତ ପାଲଟା ଜବାବ ଦେଇ ପାକିସ୍ତାନର radar ଓ command-and-control centresକୁ target କରିଥିବା ମିଶ୍ର କହିଛନ୍ତି। ଏହା ପରେ ପାକିସ୍ତାନ ଆକାଶପଥରେ ଥିବା AWACS ଉପରେ ନିର୍ଭରଶୀଳ ହୋଇପଡ଼ିଥିଲା। ମିଶ୍ରଙ୍କ ଦାବି ଅନୁଯାୟୀ, Sargodhaରୁ ଉଡ଼ିଥିବା ଏକ AWACSକୁ S-400 ପ୍ରାୟ ୩୧୪ କିଲୋମିଟର ଦୂରରୁ ଧ୍ୱଂସ କରିଥିଲା, ଯାହାକୁ ସେ surface-to-air missileର ସବୁଠାରୁ ଦୀର୍ଘ ଦୂରତାର kill ବୋଲି ଉଲ୍ଲେଖ କରିଛନ୍ତି। ଏହା ସହ Operation Sindoorରେ ମହିଳା fighter pilotsମାନେ ମଧ୍ୟ ଏକାଧିକ combat missionsରେ ଭାଗ ନେଇଥିବା ଏବଂ ଆତଙ୍କୀ ଠିକଣା ସହ ପାକିସ୍ତାନର military targets ଉପରେ ଆକ୍ରମଣ କରିଥିବା ସେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ