Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Assam Sonapur Accident: ଟ୍ରକ୍‌କୁ ମିନି ବସ୍‌ର ଭୟଙ୍କର ଧକ୍କା, ୬ ମୃତ; ଅନେକ ଆହତ

ଆସାମ: ଆସାମର ସୋନାପୁରରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ-୨୭ରେ ଏକ ଟ୍ରକ୍‌କୁ ମିନି ବସ୍‌ ଧକ୍କା ଦେବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସୋନାପୁର ଅନ୍ତର୍ଗତ କାମରୂପ ମେଟ୍ରୋପଲିଟନ୍‌ ଜିଲ୍ଲାର ତେତେଲିୟା-ନଲଗେଦେରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଏକ ମିନି ବସ୍‌ ସୋନାପୁର ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ବସ୍‌ରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ପରେ ମୃତାହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି।

ଘଟଣା ପରେ ପୁଲିସ ଉଭୟ ଗାଡ଼ିକୁ ଜବତ କରି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ, ଏହି ଦୁର୍ଘଟଣା ପରେ ସୋନାପୁର ଓ ଖେତ୍ରୀ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ-୨୭ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକେ ଧୋପଗୁଡ଼ି ପୋଲର ସୁରକ୍ଷା ଓ ରାସ୍ତାର ସ୍ଥିତିକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। 6 ଜଣଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories