Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Hyderabad Crime: AIMIM ନେତାଙ୍କୁ ଘେରି ଛୁରାମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ଏଆଇଏମଆଇଏମ୍‌ ନେତାଙ୍କୁ ନିର୍ମମ ହତ୍ୟା ଅଭିଯୋଗ। ଫଲକନୁମା ଥାନା ଅଞ୍ଚଳର ଭାଟ୍ଟେପାଲିରେ ରବିବାର ବିଳମ୍ବିତ ରାତିରେ ୫ରୁ ୬ ଜଣ ଆକ୍ରମଣକାରୀ ୬୦ ବର୍ଷୀୟ ମେହବୁବ ଅଲିଙ୍କୁ ଘେରି ଛୁରୀ ଓ ଦାଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଲମାସ୍‌ ହୋଟେଲ୍‌ ନିକଟରେ ଏହି ଘଟଣା ଘଟିଛି।

ପ୍ରାଥମିକ ସୂଚନା ଅନୁସାରେ, ଆକ୍ରମଣକାରୀମାନେ ମେହବୁବ ଅଲିଙ୍କୁ ଏକାଧିକ ଥର ଛୁରାମାଡ଼ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ସେ ପ୍ରାୟ ୧୫ ମିନିଟ୍‌ ଧରି ରାସ୍ତାରେ ପଡ଼ି ରହିଥିବା ଜଣାପଡ଼ିଛି। ପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା। ତେବେ ଚିକିତ୍ସା ସମୟରେ ମେହବୁବ ଅଲିଙ୍କ ମୃତ୍ୟୁ ଘଟିଛି।

ଘଟଣା ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ଫଲକନୁମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ତେବେ ଏଯାଏଁ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଭିନ୍ନ ଦିଗରୁ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories