ନବ ଭାରତ ସାକ୍ଷରତା ମିଶନ “ଉଲ୍ଲାସ” ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
କଳାହାଣ୍ଡି,୩୧/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା ମିଶନ ଶିବିର ଉଲ୍ଲାସ କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କୋକସରା ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କ ଅଧ୍ୟକ୍ଷତାରେ ଗୋଷ୍ଠି ସାଧନ କେନ୍ଦ୍ର ସଂଯୋଜକ ତୋଫାନ ମାଝୀ, ନବ ଭାରତ ସାକ୍ଷରତା ମିଶନ ଜିଲ୍ଲା ସଂଯୋଜକ ହରିଶ୍ଚନ୍ଦ୍ର ମୁଣ୍ଡ, ଏନଆଇଏଲପି ବ୍ଲକ ନୋଡାଲ ଅଧିକାରୀ ଏବିଇଓ ଶ୍ରୀମନ୍ତ ଧରୁଆ, ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତୁଳସିରାମ ଚଳାନ ମଞ୍ଚ ରେ ଉପସ୍ଥିତ ରହି ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଶିବିର ରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉଲ୍ଲାସ ପ୍ରଶିକ୍ଷଣ ଶିବିର ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ଉଲ୍ଲାସ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ୧୫ ବର୍ଷ ରୁ ଉର୍ଦ୍ଧ୍ବ ନିରକ୍ଷର ଙ୍କୁ ଶତ ପ୍ରତିଶତ ସାକ୍ଷରତା ହାର ହାସଲ କରିବା ଏହି କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟ ବୋଳି ଉପସ୍ଥିତ ଶିକ୍ଷା ବିଭାଗ ର ଅଧିକାରୀ ମାନେ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ କୋକସରା ବ୍ଲକ ୧୧ କ୍ଲଷ୍ଟର ରୁ ନୋଡାଲ କ୍ଲଷ୍ଟର ପ୍ରଧାନ ଶିକ୍ଷକ, ଆଞ୍ଚଳିକ କେନ୍ଦ୍ର ସଂଯୋଜକ, ଦୁଇ ଜଣ ସାଧନ ପୁରୁଷ ଶିକ୍ଷକ ଏପରି ମୋଟ ୪୪ ଜଣ ଙ୍କୁ ଓଟିଏଣ୍ଟ କରା ଯାଇଥିଲା। କାର୍ଯ୍ୟକ୍ରମ ରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଇଛନ୍ତି।

