Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧବଳେଶ୍ବର ଶୈବପୀଠ ପୂଜକ ଙ୍କ ପରଲୋକ, ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଶୋକ।

କଳାହାଣ୍ଡି,୦୧/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କୁମୁଡ଼ାମୁଣ୍ଡା ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଧବଳେଶ୍ବର ପୀଠ ର ପୂଜକ ଦିଲୀପ କୁମାର ଦାସ(୬୪) ଙ୍କ ପରଲୋକ ଗମନ ଘଟିଛି। ସେ ଅନେକ ବର୍ଷ ଧରି ଧବଳେଶ୍ବର ଶୈବପୀଠ ପୂଜକ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତ ଙ୍କ ମଧ୍ୟରେ ତାଙ୍କ ପ୍ରତି ଅନେକ ଶ୍ରଦ୍ଧା ଓ ସମ୍ମାନ ରହିଥିଲା। ପୂଜକ ଜଣେ ମେଳାପୀ, ଧର୍ମ ପରାୟଣ ବ୍ୟକ୍ତି ଥିଲେ। ତେବେ ସୋମବାର ହୃଦଘାତ ରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ପୂଜକ ଙ୍କ ଶେଷ କୃତ୍ୟ ମନ୍ଦିର ସମ୍ମୁଖରେ ଥିବା ମଶାଣି ରେ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ବଡ଼ ପୁଅ ଦେବେନ୍ଦ୍ର ଦାସ ମୁଖାଗ୍ନି ଦେଇଥିଲେ। ଶୈବପୀଠ ପୂଜକ ଙ୍କ ବିୟୋଗ ରେ ଅଞ୍ଚଳ ର ଶୈବ ଭକ୍ତ ମଧ୍ୟରେ ଶୋକ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ