Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ’ଣ ଟିଏମସି ଷଡ଼ଯନ୍ତ୍ର ରଚିଛି, ରେକର୍ଡିଂ ବି ଲିକ୍ ହୋଇଛି; ମମତାଙ୍କ ଉପରେ ପ୍ରଶ୍ନ ଉଠାଇଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ରେଲଓ୍ଵେ ବୋର୍ଡ ଓଡିଶାର ବାଲେଶ୍ଵର ଜିଲ୍ଲାର ବାହାନଗାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ସୁପାରିସ୍ କରିଛି। ମଙ୍ଗଳବାର ସିଟିଆଇର ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ତୃଣମୁଳ କଂଗ୍ରେସ ଉପରେ ବଡ଼ ଅଭିଯୋଗ ଲଗାଇଛନ୍ତି। ତାଙ୍କ କହିବା କଥା ଦୁର୍ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ରହିଛି। ଦୁର୍ଘଟଣା ତ ଅନ୍ୟ ରାଜ୍ୟରେ ଘଟିଛି, ସିବିଆଇ ତଦନ୍ତକୁ ନେଇ ମମତା କାହିଁକି ବିଚଳିତ ହେଉଛନ୍ତି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

ଅଧିକାରୀ କହିଛନ୍ତି, ଟିଏମସି ପୋଲିସ ସାହାଯ୍ୟରେ ୨ ରେଲଓ୍ଵେ ଅଧିକାରୀଙ୍କ ଫୋନ୍ ଟ୍ୟାପ୍ କରିଥିଲା। ସିବିଆଇକୁ ଏହି କଥାର ତଦନ୍ତ କରିବା ଉଚିତ୍ ଯେ, ଅଧିକାରୀଙ୍କ କଥାବାର୍ତ୍ତା କେମିତି ଲିକ୍ ହେଲା। ଯଦି ଏହି ଦିଗରେ ତଦନ୍ତ ନ ହୁଏ ତେବେ କୋର୍ଟ ଯିବି। ଉଲ୍ଲେଖନୀୟ ଟିଏମସି ନେତା କୃଣାଲ ଘୋଷ ରେଲଓ୍ଵେର ୨ ଅଧିକାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ଟୁଇଟ୍ କରିଥିଲେ। ଏହି କଥାବାର୍ତ୍ତାରେ ଅଧିକାରୀ ଦୁର୍ଘଟଣାର ସମ୍ଭାବିତ କାରଣ ଦର୍ଶାଉଥିଲେ।

ଦୁର୍ଘଟଣା ପରେ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ୍ୟୁ ସଂଖ୍ୟାକୁ ନେଇ ରେଳ ମନ୍ତ୍ରୀଙ୍କ ମଧ୍ୟରେ ତାଙ୍କର କଥା କଟାକଟି ମଧ୍ୟ ହୋଇଥିଲା। ମମତା ବାନାର୍ଜୀ ମୃତକଙ୍କ ସଂଖ୍ୟା ୫୦୦ ହେବ ବୋଲି କହୁଥିବା ବେଳେ ରେଳ ମନ୍ତ୍ରୀ ତଥ୍ୟ ସଠିକ୍ କରି କହିଥିଲେ ରାଜ୍ୟ ସରକାର ୨୩୮ ଜଣଙ୍କ ମୃତ୍ୟୁ ଘଟିଥିବା କହୁଛନ୍ତି।

ଉଲ୍ଲେଖନୀୟ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ ସଂଖ୍ୟା ୨୭୫ରେ ପହଞ୍ଚିଛି। ୧୨୦୭ ଜଣ ଆହତ ହୋଇଛନ୍ତି। ଏଥିରୁ ୧୦୦୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହେଲେଣି। ପାଖାପାଖି ୨୦୦ ଜଣଙ୍କ ଚିକିତ୍ସା ଜାରି ରହିଛି। ମୃତକଙ୍କ ମଧ୍ୟରୁ ୧୦୦ରୁ ଅଧିକ ଶବର ଚିହ୍ନଟ ବାକି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ