Nepal Flood: ଭୟଙ୍କର ବନ୍ୟା ପରେ Climate Compensation ଦାବି, ଚୀନ୍, ଆମେରିକା ଓ ଭାରତକୁ ଦାୟୀ କଲା ନେପାଳ
ନୂଆଦିଲ୍ଲୀ: ଭୟଙ୍କର ବନ୍ୟାରେ ୧,୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ହଜାର ହଜାର ଲୋକ ନିଖୋଜ ହେବା ପରେ ନେପାଳ ଏବେ Climate Compensation ଦାବି କରିଛି। ନେପାଳର ବିଦେଶମନ୍ତ୍ରୀ ଶିଶିର ଖନାଲ ବିଶ୍ୱର ସର୍ବାଧିକ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନକାରୀ ଦେଶଗୁଡ଼ିକ ମଧ୍ୟରେ ଚୀନ୍, ଆମେରିକା ଓ ଭାରତର ନାମ ଉଲ୍ଲେଖ କରିଛନ୍ତି। ନେପାଳର ଭୋଟେକୋଶୀ ନଦୀ ଅବବାହିକାରେ ଘଟିଥିବା ଏହି ବିପର୍ଯ୍ୟୟକୁ କେବଳ ମାନବିକ ସହାୟତାର ବିଷୟ ଭାବେ ନୁହେଁ, ବରଂ Climate Justice ଓ ଦାୟିତ୍ୱର ପ୍ରଶ୍ନ ଭାବେ ଦେଖିବାକୁ କାଠମାଣ୍ଡୁ ଦାବି କରିଛି।
ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳର ପୁନର୍ନିର୍ମାଣ ପାଇଁ ପ୍ରାୟ ୪ରୁ ୫ ବିଲିୟନ୍ ଡଲାର ଖର୍ଚ୍ଚ ହୋଇପାରେ ବୋଲି ନେପାଳ ଆକଳନ କରିଛି। ଦେଶର ଯୁକ୍ତି ହେଉଛି, ବିଶ୍ୱ ମୋଟ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନରେ ନେପାଳର ଅବଦାନ ଅତ୍ୟନ୍ତ କମ୍, କିନ୍ତୁ ଜଳବାୟୁ ପରିବର୍ତ୍ତନଜନିତ ବିପଦର ପ୍ରଭାବ ଏଠାରେ ଅଧିକ ଦେଖାଯାଉଛି। ଏହି ଦାବିକୁ ନେଇ ନେପାଳ ଜାତିସଂଘ ସମର୍ଥିତ Fund for Responding to Loss and Damage ନିକଟରେ ଜରୁରୀ ଆର୍ଥିକ ସହାୟତା ପାଇଁ ଔପଚାରିକ ଭାବେ ଆବେଦନ କରିଛି।
ଏହି ଦାବିକୁ ଅନ୍ତର୍ଜାତୀୟ ସ୍ତରରେ ଜୋରଦାର ଭାବେ ଉଠାଇବା ପାଇଁ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ‘ବାଲେନ୍’ ଶାହଙ୍କୁ ଜାତିସଂଘ ସାଧାରଣ ସଭାକୁ ପଠାଇବା ନେଇ ବିଚାର କରୁଛି। ତେବେ ଅଗଷ୍ଟ ୨୬ରେ ଘଟିଥିବା ଏହି ବନ୍ୟା ସହ ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନର ସିଧାସଳଖ ସମ୍ପର୍କ ରହିଛି କି ନାହିଁ, ସେନେଇ ବୈଜ୍ଞାନିକ ମୂଲ୍ୟାଙ୍କନ ଜାରି ରହିଛି।

