Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ram Mandir Trust: ପ୍ରଥମ CEO ହୋଇପାରନ୍ତି ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର! ଆଜି ହେବ ନିଷ୍ପତ୍ତି

ଉତ୍ତରପ୍ରଦେଶ: ଅଯୋଧ୍ୟା ରାମ ମନ୍ଦିର ପରିଚାଳନା କରୁଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖୁବଶୀଘ୍ର ପ୍ରଥମ CEO ନିଯୁକ୍ତ କରିପାରେ। ଖୁବଶୀଘ୍ର ଟ୍ରଷ୍ଟ ବୈଠକରେ ଏନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ଏହି ପଦ ପାଇଁ ୩୯ ବର୍ଷରୁ ଅଧିକ ସମୟ ବାୟୁସେନାରେ ସେବା ଦେଇଥିବା ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କ ନାମ ଆଗରେ ରହିଛି। ସେ ପୂର୍ବତନ ଫାଇଟର ପାଇଲଟ୍‌ ଏବଂ ୨୦୨୫ ଜାନୁଆରୀରେ ୱେଷ୍ଟର୍ନ ଏୟାର କମାଣ୍ଡର ମୁଖ୍ୟ ହୋଇଥିଲେ।

ଜିତେନ୍ଦ୍ର ମିଶ୍ରଙ୍କର ୩,୦୦୦ରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ସେ ଫାଇଟର ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର, ଚିଫ୍‌ ଟେଷ୍ଟ ପାଇଲଟ୍‌ ଏବଂ ଏୟାର ବେସ୍‌ର ଏୟାର ଅଫିସର କମାଣ୍ଡିଂ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି। ‘ଅପରେସନ ସିନ୍ଦୂର’ ସମୟରେ ମଧ୍ୟ ସେ ୱେଷ୍ଟର୍ନ ଏୟାର କମାଣ୍ଡର ନେତୃତ୍ୱ ନେଇଥିଲେ। ତାଙ୍କୁ AVSM ଏବଂ VSM ଭଳି ସମ୍ମାନ ମିଳିଛି।

CEO ନିଯୁକ୍ତି ପାଇଁ ଜୁଲାଇ ୬ରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୫,୫୮୫ ଆବେଦନରୁ ୧୧୧ ଜଣଙ୍କୁ ଅନଲାଇନ୍‌ ସାକ୍ଷାତକାର ଏବଂ ପରେ ୧୬ ଜଣଙ୍କୁ ଅଯୋଧ୍ୟାରେ ସାକ୍ଷାତକାର ପାଇଁ ଚୟନ କରାଯାଇଥିଲା। ଚୟନ କମିଟି ୩ ଜଣଙ୍କ ନାମକୁ ଚୂଡ଼ାନ୍ତ କରିଛି। ବୈଠକରେ ଏହି ନାମ ଉପରେ ଆଲୋଚନା ପରେ CEOଙ୍କ ନାମ ଘୋଷଣା ହୋଇପାରେ। ମନ୍ଦିରର ପ୍ରଶାସନ, ଆର୍ଥିକ ଓ ଆଇନଗତ କାର୍ଯ୍ୟ ସହ ଦୀର୍ଘମିଆଦୀ ଯୋଜନା ଓ ସୁରକ୍ଷା ସମ୍ପର୍କିତ କାର୍ଯ୍ୟରେ CEOଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ