Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗିରରେ ବୁଲା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ: ନାବାଳିକାକୁ ଦେହ ବ୍ୟବସାୟରେ ନିୟୋଜିତ କରି ଗର୍ଭବତୀ କରିଥିବା ‘ରାଣୀ ମହୁମାଛି’ ଗୀତା ବାଗ୍‌ ସହ ୪ ଗିରଫ ।

ବଲାଙ୍ଗିର,୨।୯: ବଲାଙ୍ଗିର ସହରରେ ଚାଲିଥିବା ଏକ ଅନ୍ତଃଜିଲ୍ଲା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିବାରେ ବଲାଙ୍ଗିର ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ସେକ୍ସ ରାକେଟ୍‌ର ମୁଖ୍ୟ ତଥା ‘ରାଣୀ ମହୁମାଛି’ ଭାବେ ପରିଚିତ ଗୀତା ବାଗ୍‌ଙ୍କୁ ପୋଲିସ ଗିରଫ କରିଛି। ଜଣେ ନାବାଳିକାକୁ ପ୍ରଲୋଭନ ଦେଖାଇ ଦେହ ବ୍ୟବସାୟରେ ନିୟୋଜିତ କରିବା ଏବଂ ସେ ଗର୍ଭବତୀ ହେବା ପରେ ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।
ପୋଲିସ ସୂଚନା ଅନୁଯାୟୀ, ଗୀତା ବାଗ୍‌ ଦୀର୍ଘ ଦିନ ହେବ ସହରରେ ଏହି ଅନୈତିକ କାର୍ଯ୍ୟକଳାପ ଚଳାଇ ଆସୁଥିଲେ। ଏହି ମାମଲାରେ ପୋଲିସ କେବଳ ଗୀତାଙ୍କୁ ନୁହେଁ, ବରଂ କଲେଜ ଛକ ଅଞ୍ଚଳର ଜଣେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି।
ଏହି ମାମଲା ପରେ ବଲାଙ୍ଗିର ପୋଲିସ ସହରର ସମସ୍ତ ହୋଟେଲ ଓ ଲଜ୍ ମାଲିକଙ୍କୁ କଡ଼ା ଚେତାବନୀ ଦେଇଛି। କୌଣସି ଅନୈତିକ କାର୍ଯ୍ୟ କିମ୍ବା ବେଆଇନ କାର୍ଯ୍ୟକଳାପକୁ ପ୍ରଶ୍ରୟ ନଦେବା ସହ ପୋଲିସର ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ହୋଟେଲଗୁଡ଼ିକୁ ସିଲ୍ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories