Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାଢ଼ୀ ବିକ୍ରି ଆଢୁଆଳରେ ଅନ୍‌ଲାଇନ୍‌ ଗଞ୍ଜେଇ ଚୋରାଚାଲାଣ: ଗୋଦାମରୁ ୧୭୦ କିଗ୍ରା ଗଞ୍ଜେଇ ଜବତ, ମାଷ୍ଟରମାଇଣ୍ଡ ସହ ୭ ଗିରଫ ।

ବଲାଙ୍ଗୀର,୨।୯: ବଲାଙ୍ଗୀର ଜିଲ୍ଲାରେ ବେଆଇନ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ନୂଆ ନୂଆ ଫନ୍ଦି ଏବେ ପୋଲିସ ପାଇଁ ବଡ଼ ଆହ୍ୱାନ ସାଜିଛି। ପୂର୍ବରୁ କେତେବେଳେ ବିଳାସପୂର୍ଣ୍ଣ ସ୍କୋର୍ପିଓ ଗାଡ଼ିରେ ତ ଆଉ କେତେବେଳେ କ୍ଷୀର ଜାର୍‌ ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବଲାଙ୍ଗୀର ପୋଲିସ ସେଗୁଡ଼ିକୁ ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଥିଲା। ତେବେ ଏବେ ଅଭିଯୁକ୍ତମାନେ ଆହୁରି ଚାଲାକି ଆପଣାଇ ଅନ୍‌ଲାଇନ୍ ସପିଂ ଆପ୍‌ ମାଧ୍ୟମରେ ଗଞ୍ଜେଇ କାରବାର ଚଳାଉଥିବା ନଜରକୁ ଆସିଛି। ଶାଢ଼ୀ ବିକ୍ରି ଏବଂ ପ୍ରେରଣ ନାଁରେ ଅନ୍‌ଲାଇନ୍ ପାର୍ସଲ୍‌ ଭିତରେ ଗଞ୍ଜେଇ ରଖି ଚାଲାଣ କରାଯାଉଥିବା ଏକ ବଡ଼ ରାକେଟ୍‌କୁ ବଲାଙ୍ଗୀର ପୋଲିସ ଧରିବାରେ ସଫଳ ହୋଇଛି।
ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ (Amazon) ର ଏକ ପାର୍ସଲ୍ ଗୋଦାମରୁ ମୋଟ ୧୦ଟି ବାକ୍ସରେ ରଖାଯାଇଥିବା ୧୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ପ୍ରତି ବାକ୍ସରେ ୧୦ଟି ଲେଖାଏଁ (୧ କିଗ୍ରା ଲେଖାଏଁ) ପ୍ୟାକେଟ୍‌ ଗଚ୍ଛିତ ରହିଥିଲା।
ଏହି ସମ୍ପୃକ୍ତିରେ କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଏବଂ ମୋହନଗିରି ଅଞ୍ଚଳର ୭ ଜଣଙ୍କୁ ଗିରଫ କରାଯାଇଛି।
ମୋହନଗିରିର ରାମତାଣ୍ଡି ଏବଂ ତାରାଚାନ୍ଦ ତାଣ୍ଡି ଏହି ଚୋରାଚାଲାଣ ରାକେଟ୍‌ର ମୁଖ୍ୟ ସୂତ୍ରଧର ବୋଲି ପୋଲିସ ସୂଚନା ଦେଇଛି।
ଚୋରାଚାଲାଣରେ ବ୍ୟବହୃତ ଦୁଇଟି ନକଲି ନମ୍ବର ପ୍ଲେଟ୍ ଥିବା କାର୍‌କୁ ପୋଲିସ ଜବତ କରିଛି।
ଓଡ଼ିଶାରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍ ମାର୍କେଟିଂ ଆପ୍‌କୁ ବ୍ୟବହାର କରି ଏଭଳି ଭିନ୍ନ ଉପାୟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସାମ୍ନାକୁ ଆସିଛି। ବଲାଙ୍ଗୀର ପୋଲିସର ସାଇବର ଓ ଟେକ୍ନିକାଲ୍ ଟିମ୍‌ର ମିଳିତ ସହାୟତାରେ ଏହି ସଫଳ ଅପରେସନ୍ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଏହାସହ ବଲାଙ୍ଗୀର ଏସ୍‌ପି ଏହି ସମ୍ପର୍କରେ ଆମାଜନ୍ କମ୍ପାନୀର ମୁଖ୍ୟଙ୍କୁ ସୂଚିତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories