Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IndiGo Flight: ହଠାତ୍‌ ଅସୁସ୍ଥ ହେଲେ କ୍ରୁ ସଦସ୍ୟ, ଦୋହାରୁ ବେଙ୍ଗାଲୁରୁ ଯାଉଥିବା ବିମାନର ମସ୍କଟରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ଦୋହାରୁ ବେଙ୍ଗାଲୁରୁ ଯାଉଥିବା IndiGoର 6E 1302 ବିମାନକୁ ମେଡିକାଲ୍‌ ଏମର୍ଜେନ୍ସି କାରଣରୁ ମସ୍କଟ୍‌କୁ ଡାଇଭର୍ଟ କରାଯାଇଛି। ଉଡ଼ାଣ ସମୟରେ ବିମାନର ଜଣେ କ୍ରୁ ସଦସ୍ୟଙ୍କ ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଏହି ପଦକ୍ଷେପ ନିଆଯାଇଥିଲା।

ଘଟଣା ପରେ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପାଇଲଟ୍‌ ବିମାନକୁ ଓମାନର ରାଜଧାନୀ ମସ୍କାଟ୍‌ରେ ଅବତରଣ କରାଇଥିଲେ। ମେଡିକାଲ୍‌ ଏମର୍ଜେନ୍ସିକୁ ଦୃଷ୍ଟିରେ ରଖି ବିମାନକୁ ମୂଳ ଗନ୍ତବ୍ୟସ୍ଥଳ ବେଙ୍ଗାଲୁରୁ ପରିବର୍ତ୍ତେ ମସ୍କଟ୍‌ ନିଆଯାଇଥିଲା।

ବିମାନଟି ମସ୍କଟ୍‌ରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ଅସୁସ୍ଥ କ୍ରୁ ସଦସ୍ୟଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଅଧିକ ବିବରଣୀ ଏବଂ ବିମାନର ପରବର୍ତ୍ତୀ ଯାତ୍ରା ନେଇ ସୂଚନା ଅପେକ୍ଷା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ