Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Vigilance: ଲାଞ୍ଚ ଟଙ୍କା ନେଇ ପୋଖରୀକୁ ଡେଇଁଲେ SI, ପହଁରି ଧରିଲା ଭିଜିଲାନ୍ସ ଟିମ୍‌

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ଏସଆଇ ସୁଜିତ କୁମାର ମହାନ୍ତ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଅଭିଯୋଗକାରୀଙ୍କ ନାଁରେ ଥିବା ଏକ ମିସଲେନିଅସ୍‌ ମାମଲାର ସମାଧାନ କରିବା ପାଇଁ ସେ ଏହି ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ସୂଚନା ଅନୁସାରେ, ଏସଆଇ ଜଣକ ଥାନା ବାହାରେ ଏକ ନିଛାଟିଆ ସ୍ଥାନରେ ଟଙ୍କା ନେବାକୁ ଅଭିଯୋଗକାରୀଙ୍କୁ ଡାକିଥିଲେ। ଟଙ୍କା ଗ୍ରହଣ କରିବା ପରେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଟିମ୍‌କୁ ଦେଖି ସେ ଖସିବାକୁ ଉଦ୍ୟମ କରିଥିଲେ।

ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ପଛରେ ଗୋଡ଼ାଇବାରୁ ଏସଆଇ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ତେବେ ଭିଜିଲାନ୍ସ ଟିମ୍‌ର ଜଣେ ସଦସ୍ୟ ପୋଖରୀକୁ ଡେଇଁ ତାଙ୍କୁ କାବୁ କରିଥିଲେ। ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କାର ସମ୍ପୂର୍ଣ୍ଣ ରାଶି ଜବତ କରିଛନ୍ତି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ ପାଇଁ ତାଙ୍କର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ନଗଦ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ମଧ୍ୟ ଜବତ ହୋଇଛି।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ନଂ ୨୧/୨୦ ରୁଜୁ କରାଯାଇ ତଦନ୍ତ ଚାଲିଛି। ଗିରଫ ଏସଆଇ ସୁଜିତ ମହାନ୍ତ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୋଲିସ ସେବାରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories