ଚାରବାହାଲ ଏସଏନଏସ ବିଦ୍ୟାପୀଠ ରେ ଜନ୍ମାଷ୍ଟମୀ ପାଳନ,ରାଧାକୃଷ୍ଣ ବେଶରେ ସଜେଇ ହେଲେ ଛାତ୍ରଛାତ୍ରୀ।।
କଳାହାଣ୍ଡି,୦୪/୦୯
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ସ୍ଥିତ ଏସଏନଏସ ବିଦ୍ୟାପୀଠ ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାସମାରୋହ ଓ ପାଳିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ ଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଜନ୍ମାଷ୍ଟମୀ ଅବସରରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀକୃଷ୍ଣ ଙ୍କ ଜୀବନୀ ଓ ତାଙ୍କର ନୀତି ସମ୍ପର୍କରେ ଆଲୋକପାତ କରି ବିଦ୍ୟାର୍ଥୀ ମାନଙ୍କୁ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାକୁ ପରାମର୍ଶ ଦେଇଥିଲେ।।ଏହି ଅବସରରେ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶରେ ସୁସଜ୍ଜିତ ହୋଇ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ସୁନ୍ଦର ପୋଷାକ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଶିକ୍ଷୟିତ୍ରୀ ମନ୍ଦାକିନି ସିଂ, ଜ୍ୟୋର୍ତିମୟୀ, ଶିକ୍ଷକ ସ୍ୱରୂପ ପଣ୍ଡା, ଦିବ୍ୟ ମେହେର ସମେତ କର୍ମଚାରୀ ମାନେ ଏହି ଉତ୍ସଵ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

