Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଜମି ରୁ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କେଞ୍ଝରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧିନସ୍ଥ ସୁରୁଧାପାଲି ମୌଜା ର ପ୍ରାୟ 34 ଏକର ସରକାରୀ ଜମି କୁ ଜଣେ ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆର ରେ ରଖି ବିଭିନ୍ନ ଚାଷ କରିବା ସହ ଅନ୍ୟ ଲୋକଙ୍କୁ ଚାଷ କରିବାକୁ ଠିକା ଆକାର ରେ ଦେଇଥିଲା l ସ୍ଥାନୀୟ ଅଧିବାସୀ ଙ୍କ ଅଭିଯୋଗ ସାଙ୍ଗକୁ ପ୍ରଶାସନ ର ବାରମ୍ବାର ତାଗିଦ ସତ୍ୱେ ବଳପୁର୍ବକ ଚଷ କରୁଥିବାରୁ ଗୁରୁବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରି ଉକ୍ତ 34 ଏକର ଜମି କୁ ଜବର ଦଖଲ ମୁକ୍ତ କରିଛି l ପ୍ରାପ୍ତ ସୂଚନା ମତେ ଉକ୍ତ 34 ଏକର ଜଙ୍ଗଲ ଜମି କୁ ବେଆଇନ ଭାବେ ଦାଦରପାଲି ଗାଁ ର ନାଗେଶ୍ୱର ମେଣ୍ଡିଲି ଦର୍ଘ ଦିନ ଧରି ବଳପୁର୍ବକ ଜବରଦଖଲ କରି ଚାଷ କରିବା ସହ ଉକ୍ତ ଜମି ଦେଇ କାହାକୁ ଯିବା ଆସିବା ମଧ୍ୟ ବନ୍ଦ କରିଥିଲା I ଗୋରୁ ଯଦି ଚାଲିଯାଆନ୍ତି ତେବେ ଗୋରୁ ମାଲିକ ସହିତ ଗଣ୍ଡଗୋଳ ମଧ୍ୟ କରୁଥିବ ନଜୀର ରହିଛି l ଗାଁ ସଂଲଗ୍ନ ଜମି ଜବରଦଖଲ ଫଳ ରେ ଗ୍ରାମବାସୀ ଙ୍କୁ ନାହିଁ ନ ଥିବା ଅସୁବିଧା ହେଉଥିବାରୁ ସ୍ଥାନୀୟ ତହସିଲଦାର ଓ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ ପରେ ତହସିଲ ପ୍ରଶାସନ ରାଜସ୍ୱ ନିରୀକ୍ଷକ ଙ୍କୁ ତଦନ୍ତ ନିର୍ଦେଶ ଦେଇ ରିପୋର୍ଟ ପାଇବା ପରେ ବାରମ୍ବାର ତାଗିଦ, ନୋଟିସ କଲା ପରେ ମଧ୍ୟ ନିର୍ଦ୍ଦେଶ ନ ମାନିବା ଏବଂ ବେଖାତିର କରି ଜମି କୁ ଚାଷ କରୁଥିଲେ I ଏଥି ସହିତ ଅନ୍ୟ ଲୋକଙ୍କୁ ଠିକା ଦେଇଥିବାରୁ ରାଜସ୍ୱ ବିଭାଗ, ଜଙ୍ଗଲ ବିଭଗ,ପୁଲିସ ବିଭାଗ ର ମିଳିତ ଚଡାଉ ହୋଇଥିଲା I ଏଥିରେ ବୀରମହାରାଜପୁର ତହସିଲଦାର ଶୁଚିସ୍ମିତା ପାଣିଗ୍ରାହୀ ଙ୍କ ନେତ୍ତୁତ୍ୱ ରେ ଅତିରିକ୍ତ ତହସିଲଦାର ସ୍ୱାଗତ ପଣ୍ଡା, ରାଜସ୍ୱ ପର୍ଯ୍ୟପେକ୍ଷକ ଶ୍ରୀଯୁକ୍ତ ବିରିହା, ନିରୀକ୍ଷକ ନରେନ୍ଦ୍ର ଧରିଆ, ବନପାଳ ଶଙ୍କର ବାଘ ଓ ମେଡିକାଲ ଟିମ ପ୍ରମୁଖ ଉପସ୍ଥିତ ଥିଲେ l ଜବରଦଖଲ କରିଥିବା ନାଗେଶ୍ୱର ପ୍ରଥମେ ଜବରଦଖଲ ଉଛେଦ ସାମ୍ନା ରେ ଆପ୍ରତୀକର ପରିସ୍ଥିତି ସୃଷ୍ଟି କରିଥିବା ବେଳେ କିଛି ସମୟ ପ୍ରଶାସନ ଚିନ୍ତିତ ହୋଇପଡ଼ିଥିଲା l ଜବରଦଖଲ ଉଛେଦ ହେବା ସହ ତହସିଲ ପ୍ରଶାସନ ଉକ୍ତ ସ୍ଥାନ କୁ ଲାଲ ଝଣ୍ଡା ଦେଇ କେହି ନ ଯିବାକୁ ନିର୍ଦେଶ ଦେବା ସହ ଅମାନ୍ୟ ହେଲେ କୋଠାର ଦଣ୍ଡ ରେ ଦଣ୍ଡିତ ହେବେ ବୋଲି କହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ