ବୀରମହାରାଜପୁର ବାଳକ ହାଇସ୍କୁଲ ରେ ଗୁରୁଦିବସ ପାଳିତ
ବୀରମହାରାଜପୁର : ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଶନିବାର ଗୁରୁଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ନାଟ୍ୟଗୁରୁ ରାମକୃଷ୍ଣ ହୋତା ଯୋଗ ଦେଇ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜୀବନୀ ଏବଂ ପୁରାଣ ଯୁଗରେ ଗୁରୁ ଶିଷ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ମଞ୍ଚ ଅଭିନେତା କିଶୋର ହୋତା ଓ ସ୍କୁଲ ପରିଚାଳନା କମିଟି ସଭାପତି ରବିନ୍ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁଙ୍କ ଆଶୀର୍ବାଦ ହିଁ ଛାତ୍ର କୁ ଶ୍ରେଷ୍ଠ ମଣିଷ ଭାବେ ଗଢ଼ି ଥାଏ ବୋଲି ମତ ପ୍ରକାଶ କରିଥିଲେ l ଏହି ଅବସରରେ ଛାତ୍ର ମାନଙ୍କ ଦ୍ୱାରା ତସ୍ମେ ଶ୍ରୀ ଗୁରବେ ନମଃ ନାଟକ ପରିବେଷଣ କରାଯାଇଥିଲା । ଶାନ୍ତନୁ କୁମାର ସିଂ ସାମନ୍ତ ଙ୍କ ନିର୍ଦ୍ଦେଶନା ଓ ପ୍ରଦ୍ୟୁମ୍ନ ହୋତା ଙ୍କ ସହନିର୍ଦେଶନା ରେ ବିଶ୍ୱରଞ୍ଜନ ରଣା , ମାନସ ଜଗଦଲା , ମିଲନ ଘିବିଲା, ଓମ ଦେବ ସିଂ ଙ୍କ ସହ ଅନ୍ୟ ଛାତ୍ରମାନେ ନିଖୁଣ ଅଭିନୟ କରିଥିଲେ l ଏହି ନାଟକ ର ନିର୍ଯ୍ୟାସ ଥିଲା ଗୁରୁ ହିଁ ସମାଜ ର ପଥ ପ୍ରଦର୍ଶକ l ଶିକ୍ଷକ ବୈକୁଣ୍ଠ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ପଞ୍ଚାନନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

