ପବିତ୍ର ପାତାଳୀ ଶ୍ରୀକ୍ଷେତ୍ର ରେ ଚଳିତ ବର୍ଷର ନବାର୍ଣ୍ଣ ଲଗ୍ନ ନିରୂପଣ
ଉଲୁଣ୍ଡା : ପବିତ୍ର ନନ୍ଦୋତ୍ସବ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଆଜି ପାତାଳୀ ଶ୍ରୀକ୍ଷେତ୍ର ପଣ୍ଡିତ ସଭା ଦ୍ବାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରୁ ଆଜ୍ଞା ମାଳ ପ୍ରାପ୍ତ ହୋଇ ଚଳିତ ବର୍ଷର ନବାନ୍ନ ଲଗ୍ନ ନିରୂପଣ କରାଯାଇଛି ।
ଆସନ୍ତା ୧୫ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ଗତ ପଞ୍ଚମୀ, ୠଷି ପଞ୍ଚମୀ ମଙ୍ଗଳବାର ଦିବା ଘ.୧୦-୦୧ମି ଗତେ ଘ.୧୦-୧୫ମି ମଧ୍ୟେ
ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶେ ଅମୃତ ସମୟେ ସ୍ବାତୀ ନକ୍ଷତ୍ରେ ଶ୍ରୀ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମେତ ପଶ୍ଚିମ ଓଡ଼ିଶାର ଇଷ୍ଟ ପୀଠ ଓ ଗୃହ ଦେବ ଦେବୀଙ୍କୁ ଅମୃତ ନବାନ୍ନ ଭୋଗ ଅର୍ପଣ ତଥା ଜନସାଧାରଣଙ୍କ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି ।
ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପଣ୍ଡିତ ବଳରାମ ପୁରୋହିତ, ପ୍ରମୋଦ ମିଶ୍ର, ମନୋରଞ୍ଜନ ପାଢ଼ୀ, ଗୋପାଳ ପଣ୍ଡା, ଅମ୍ବରିଶ ଚାନ୍ଦ, ପବିତ୍ର ପାଢ଼ୀ, ଚକ୍ରଧର ଚାନ୍ଦ, ରଘୁନାଥ ପଣ୍ଡା, ଚିତ୍ତରଞ୍ଜନପାଢ଼ୀ, ଗୌର ଚରଣ ନନ୍ଦ, ଶ୍ୟାମ ସୁନ୍ଦର ପଣ୍ଡା, ପୂଜକ ଗୁଣାକର ପଣ୍ଡା, ଟ୍ରଷ୍ଟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଘନଶ୍ୟାମ ପାଢ଼ୀ, ବିଜୟ ହୋତା, ଶମ୍ଭୁ ପ୍ରସାଦ ମଳ୍ଳିକ, ଜଗଦୀଶ କର୍ଣ୍ଣ, ନରସିଂହ ପଧାନ, ଜାନକିରାମ ଦେହେରୀ, ନଳିନୀକାନ୍ତ ବାଘ, ସୁଦାମ ପଧାନ, ଭିକାରି ସେଠି ପ୍ରମୁଖ ପାତାଳୀ ଶ୍ରୀକ୍ଷେତ୍ର ପଣ୍ଡିତ ସଭାର ବରିଷ୍ଠ ସଦସ୍ୟ, ଟ୍ରଷ୍ଟ ସଦସ୍ୟ, ସେବାୟତ ସଂଘ ସଦସ୍ୟ ଉପସ୍ଥିତ ଥିଲେ। ।

