Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମିତି ସଭ୍ୟ ଲୋକନାଥ ବିଶ୍ୱାଳ ହତ୍ୟାକାଣ୍ଡ: ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, ପ୍ରମାଣ ଅଭାବରୁ ୫ ଖଲାସ ।

ବଲାଙ୍ଗୀର,୫।୯: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ବାଗଡୋର ପଞ୍ଚାୟତର ବହୁ ଚର୍ଚ୍ଚିତ ସମିତି ସଭ୍ୟ ଲୋକନାଥ ବିଶ୍ୱାଳ ହତ୍ୟା ମାମଲାରେ ଆଜି ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ମାନ୍ୟବର ଶ୍ରୀମତୀ ସୁମିତା ଜେନା ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଅଦାଲତ ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଅନ୍ୟପଟେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାମଲାରେ ଛନ୍ଦି ହୋଇଥିବା ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଅଦାଲତ ନିର୍ଦୋଷରେ ଖଲାସ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ମସିହା ମାର୍ଚ୍ଚ ୨୮ ତାରିଖ ଦିନ ଦିପ୍ରହରରେ ବନମାଲ ଗ୍ରାମରେ ସମିତି ସଭ୍ୟ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ସାଂଘାତିକ ଘଟଣା ପରେ ପୋଲିସ ତଦନ୍ତ କରି ମୋଟ ୭ ଜଣଙ୍କୁ ଅଭିଯୁକ୍ତ କରି କୋର୍ଟଚାଲାଣ କରିଥିଲା।
ଦୀର୍ଘ ଶୁଣାଣି ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଦାଲତ ପଦ୍ମପୁରର ନରେଶ ସାହୁ ଏବଂ ପାଟଣାଗଡ଼ ରାମପାଲିର ରବି ଷଣ୍ଡଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାରେ ଦଣ୍ଡିତ କରିଛନ୍ତି। ତେବେ ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିବା ବସୁଦେବ ପ୍ରଧାନଙ୍କ ସମେତ ସୀତାରାମ ବିନ୍ଧାଣୀ, ସନ୍ତୋଷ ଦାସ, କୁଶଧ୍ୱଜ ମାଝୀ ଓ କରୁଣା ବାଗଙ୍କ ବିରୋଧରେ ଥୋସ୍ ପ୍ରମାଣ ମିଳିନଥିବାରୁ ସେମାନଙ୍କୁ ଦୋଷମୁକ୍ତ କରାଯାଇଛି।
ଏହି ସମ୍ପର୍କରେ ସରକାରୀ ଓକିଲ ରାଜେଶ ପୁରୋହିତ ଗଣମାଧ୍ୟମକୁ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories