Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଁଇଲି ଗ୍ରାମ ରେ ଜନ୍ମାଷ୍ଟମୀ ଅବସରରେ ଭଜନ ସମାରୋହ।

କଳାହାଣ୍ଡି,୦୬/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଁଲି ଗ୍ରାମ ରେ ଶନିବାର ଭୀମ ଭୋଇ ଭଜନ ମଣ୍ଡଳୀ ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମ ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆବାହକ ହରଗୌରି ସଂକୀର୍ତ୍ତନ ମଣ୍ଡଳୀ ରାମକୃଷ୍ଣ ଉଦଣ୍ଡ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଭୀମଭୋଇ କଲ୍ୟାଣ ପ୍ରତିଷ୍ଠାନ ମ.ରାମପୁର ର ଦିବ୍ୟାଙ୍ଗ କଳାକାର ମାନେ ଜଗନ୍ନାଥ ସଂସ୍କୃତି ନେଇ ସୁନ୍ଦର ଭଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆଁଇଲି ଗ୍ରାମ ର ରସିକଲାଲ ମାଝୀ, ଦେବୀ ପ୍ରସାଦ ସାହୁ, ସୁଧାଂଶୁ ନାଗ, ଟିକଚନ ମାଝୀ ଓ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଭଜନ ପରିବେଷଣ କାର୍ଯ୍ୟକ୍ରମ ରେ ଶତାଧିକ ଭଜନ ଶ୍ରୋତା ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ