Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Cabinet Meeting: ଆଜି ସନ୍ଧ୍ୟା ୫ଟାରେ ବସିବ କ୍ୟାବିନେଟ୍‌ ବୈଠକ, ଏକାଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ସୋମବାର ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ଓଡ଼ିଶା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗ ସମ୍ପର୍କିତ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ପୂର୍ବରୁ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ତେବେ ଆଜିର ବୈଠକରେ କେଉଁ କେଉଁ ପ୍ରସ୍ତାବ ଉପରେ ମୋହର ଲାଗିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ତେଣୁ କ୍ୟାବିନେଟ୍‌ ବୈଠକ ପରେ ହିଁ ଅନୁମୋଦିତ ପ୍ରସ୍ତାବ ଓ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ। ବିଭିନ୍ନ ବିଭାଗର ନୀତିଗତ ଓ ପ୍ରଶାସନିକ ପ୍ରସ୍ତାବ ଉପରେ ଏହି ବୈଠକରେ ନିଷ୍ପତ୍ତି ହୋଇପାରେ।

ବୈଠକରେ ରାଜ୍ୟର ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ। ବୈଠକରେ ଗ୍ରହଣ କରାଯାଉଥିବା ନିଷ୍ପତ୍ତି ରାଜ୍ୟର ପ୍ରଶାସନିକ ଓ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱ ବହନ କରିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories