Hanuman Ansh Box Office: ୩୨ ଦିନରେ ୧୫୦ କୋଟି ପାର୍, ଏବେ ବିଦେଶୀ ବଜାରରେ ରିଲିଜ୍ ପାଇଁ ପ୍ରସ୍ତୁତ ଫିଲ୍ମ
ନୂଆଦିଲ୍ଲୀ: ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି ଆଧ୍ୟାତ୍ମିକ ଡ୍ରାମା ଫିଲ୍ମ ‘Hanuman Ansh’। ପ୍ରେକ୍ଷାଳୟରେ ରିଲିଜ୍ର ୩୨ତମ ଦିନରେ ଫିଲ୍ମଟି ଭାରତରେ ମୋଟ ୧୫୦ କୋଟି ଟଙ୍କାରୁ ଅଧିକ ଗ୍ରସ୍ କଲେକ୍ସନ୍ କରିଛି। ପଞ୍ଚମ ସୋମବାରରେ ଫିଲ୍ମଟି ୯.୫୦ କୋଟି ଟଙ୍କା ନେଟ୍ ଆୟ କରିଥିବା ବେଳେ ଭାରତରେ ଏହାର ମୋଟ ଗ୍ରସ୍ କଲେକ୍ସନ୍ ୧୫୫.୬୫ କୋଟି ଟଙ୍କାରେ ପହଞ୍ଚିଛି। ଭାରତରେ ଫିଲ୍ମର ମୋଟ ନେଟ୍ କଲେକ୍ସନ୍ ୧୩୧.୬୩ କୋଟି ଟଙ୍କା ରହିଛି।
ବିଶାଳ ଚତୁର୍ବେଦୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପଞ୍ଚମ ସପ୍ତାହରେ ମଧ୍ୟ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଉଛି। ରିଲିଜ୍ର ଏକ ମାସ ପରେ ମଧ୍ୟ ଫିଲ୍ମର ଆୟରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳୁଥିବାରୁ ଏହାର ଥିଏଟର ଯାତ୍ରା ଆହୁରି ଲମ୍ବା ହେବାର ସମ୍ଭାବନା ରହିଛି।
ଭାରତରେ ମିଳୁଥିବା ବିପୁଳ ସଫଳତା ପରେ ଏବେ ‘Hanuman Ansh’ ବିଦେଶୀ ବଜାରକୁ ଯିବାକୁ ପ୍ରସ୍ତୁତ। ଆସନ୍ତା ସେପ୍ଟେମ୍ବର ୧୧ରେ ଫିଲ୍ମଟି ବିଦେଶରେ ବଡ଼ ଧରଣରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି। ଭାରତ ପରେ ବିଦେଶୀ ଦର୍ଶକଙ୍କ ମଧ୍ୟରେ ମଧ୍ୟ ଫିଲ୍ମଟି କେତେ ସଫଳତା ପାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

