Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାନ କିରlସିରା ରେ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଂଚାୟତ ର ସାନକିରାସିରା ଗ୍ରାମ ରେ ରାଜ୍ୟସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏବେ ସ୍ୱାସ୍ଥ୍ୟସେବା ଗାଁ ଗାଁ ଅବସର ରେ ଆଜି ସାନକିରାସିରା ଗ୍ରାମ ରେ ଆୟୁସ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଏକ ଡାକ୍ତରୀ ଦଳ ଉପସ୍ଥିତ ରହି ଜନସାଧାରଣ ଙ୍କର ସୁଗାର , ବ୍ଲଡ଼ପ୍ରେସର , ଜ୍ଵର , କାଶ , ଝାଡା , ଥଣ୍ଡା ଇତ୍ୟାଦି ନିରୂପଣ କରି ଜନସାଧାରଣ ଙ୍କୁ ଔଷଧ ବିତରଣ କରିଥିଲେ l ସ୍ୱାସ୍ଥ୍ୟ ଶିବିର ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କମିରା ତରଫରୁ ଗୋଷ୍ଠୀ ଅଧିକାରିଣୀ ଗ୍ଲୋରିଆ ରାଣୀ ମିଞ୍ଜ , ମହିଳା ସ୍ୱାସ୍ଥ୍ୟକର୍ମୀ ମଞ୍ଜୁଲତା ଭୁକ୍ତା , ଆଶା କର୍ମୀ ବିନୋଦିନୀ ପ୍ରଧାନ, ଅଗନୱାଡି କର୍ମୀ ବୁଢ଼ୀ ବିଶ୍ୱାଳ ଉପସ୍ଥିତ ଥିଲେ ଗାଁ ର ଶତାଧିକ ଜନସାଧାରଣ ଙ୍କୁ ସେବା ଯୋଗାଇଥିଲେ l ଜିଲ୍ଲାର ଉପାନ୍ତ ଅଂଚଳରେ ଏପରି ସ୍ୱାସ୍ଥ୍ୟସେବା ଯୋଗାଇଥିବା ଯୋଗୁଁ ଗ୍ରାମବାସୀ ସରକାର ଙ୍କୁ ସାଧୁବାଦ ଜଣାଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ