ଜଟେସିଂଘା ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚର ବୈଠକରେ କର୍ମକର୍ତ୍ତା ଚୟନ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଜଟେସିଂହା ଗ୍ରାମ ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମଙ୍ଗଳବାର ଶ୍ୟାମସୁନ୍ଦର ମଠ ବଡଖମାର ଠାରେ ଆୟୋଜିତ ବ୍ରାହ୍ମଣ ସମାବେଶରେ ପ୍ରଥମେ ବ୍ରାହ୍ମଣ ପାଦଧୌତ ସେବାପରେ ସାମୂହିକ ବିଷ୍ଣୁ ସହସ୍ରନାମ ପଠନ କରାଯାଇଥିଲl । ପରେ ପରେ ଆୟୋଜିତ ଏକ ସାଧାରଣ ସଭାରେ ଜଗଦୀଶ ପଣ୍ଡା ସଭାପତିତ୍ବ କରିଥିଲେ । ବ୍ଲକ୍ ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ ସହିତ ସଭା ସଂଯୋଜନା କରିଥିବା ବେଳେ ସନ୍ତୋଷ ରଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବ୍ରାହ୍ମଣ ଏକତା ସମନ୍ବୟ କମିଟିର ଅଧ୍ୟକ୍ଷ ଡ ପ୍ରଫୁଲ୍ଲ କୁମାର ରଥ, ବ୍ଲକ୍ ସଭାପତି ଅକ୍ଷୟ କୁମାର ମିଶ୍ର , ଉପ ସଭାପତି କିଶୋର ହୋତା ,କାର୍ଯ୍ୟ କାରୀ ସଦସ୍ୟ ସତ୍ୟଞ୍ଜିବ ମିଶ୍ର , ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତି ଶ୍ୟାମସୁନ୍ଦର ପଣ୍ଡା , ସୋନପୁର ବ୍ଲକ୍ ପ୍ରତିନିଧି ସୁରେଶ୍ କୁମାର ମିଶ୍ର ପ୍ରମୁଖ ଏକତା ମଞ୍ଚର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ଜାଗରଣ ସଂପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏନ୍ ଏ ସି ସଂପାଦକ ନାରାୟଣ ରଥ, ବ୍ଲକ୍ କୋଷାଧ୍ୟକ୍ଷ ସୂର୍ଯ୍ୟ କୁମାର ନନ୍ଦ, ଉପଦେଷ୍ଟା ଦାମୋଦର ହୋତା , ଆଚାର୍ଯ୍ୟ ସୁଶାନ୍ତ କୁମାର ପୁରୋହିତ , ସତ୍ୟ ନାରାୟଣ ନାୟକ , ନିତ୍ୟାନନ୍ଦ ପଣ୍ଡା ରବିନ୍ଦ୍ରନାଥ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
ସଭାରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ ସଂପର୍କରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ସଭାପତି ଭାବେ ତ୍ରିପୁରାରି ରଥ, କାର୍ଯ୍ୟକାରୀ ସଭାପତି ଗୌରୀଶଙ୍କର ପାଣିଗ୍ରାହୀ , ଉପ ସଭାପତି ଘୁଣ୍ଡୁଗୋପାଳ ଦାଶ, ବୀରେନ୍ଦ୍ର ପଣ୍ଡା, ସଂପାଦକ ସୁଧୀର ପାଣିଗ୍ରାହୀ, ଯୁଗ୍ମ ସଂପାଦକ ସାରଙ୍ଗଧର ଦାଶ, ଦଧିବାବନ ପୁରୋହିତ, କୋଷାଧ୍ୟକ୍ଷ କଳାକାହ୍ନୁ ମହାପାତ୍ର ,ସଂଯୋଜକ ରଞ୍ଜନ୍ ଦାଶ, ଧୀରେନ୍ଦ୍ର ନାରାୟଣ ପଣ୍ଡା, ଉପଦେଷ୍ଟା ଜ୍ଞାନେନ୍ଦ୍ର ତ୍ରିପାଠୀ, ଜଗଦୀଶ ପଣ୍ଡା, ମାଗୁଣି ସାମନ୍ତରା , ସାଧୁ ଚରଣ ପଣ୍ଡା , ରାଜେଶ୍ ପାଣିଗ୍ରାହୀ, ସଦାନନ୍ଦ ପଣ୍ଡା , ସନ୍ତୋଷ ମିଶ୍ର , ଗୌରଚନ୍ଦ୍ର ପଣ୍ଡା, ବିଶ୍ବେଶ୍ବର ପାଣିଗ୍ରାହୀ, ରୋହିତ ମିଶ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ରାମକୃଷ୍ଣ ପୁରୋହିତ, ଦିଲ୍ଲିପ ପଣ୍ଡା, ବିନ୍ଦୁ ଚରଣ ମିଶ୍ର, ରାମଶଙ୍କର ପାଣିଗ୍ରାହୀ,ରାଘବ ଦାଶ, ତୋଫାନ ମିଶ୍ର ଓ ଆଇନ୍ ପରାମର୍ଶଦାତା ଭାବରେ ଯଥାକ୍ରମେ ଗଣପତି ପଣ୍ଡା ଓ ଯତିନ୍ ପାଣିଗ୍ରାହୀ ଙ୍କୁ ମନୋନୀତ କରାଯାଇଛି। ସଭାରେ ଅଞ୍ଚଳର ବହୁ ଜ୍ଞାନୀ ଗୁଣୀଙ୍କ ସମାବେଶ ହୋଇଥିଲl । ଶେଷରେ ରାଜେଶ୍ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

