Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ବଳରାମ ଯୋଜନାର ରୁଣ ପରିଶୋଧ କର୍ମଶାଳା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଭାଗୃହରେ ବଳରାମ ଯୋଜନାର ଋଣ ପରିଶୋଧ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ବୀରମହାରାଜପୁର ବ୍ଲକ କୃଷି ଅଧିକାରୀ ମକରଧ୍ବଜ ପଟେଲ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଏନ ଓଭରସିଜ ବ୍ୟାଙ୍କ ର ବୀରମାହରାଜପୁର ଶାଖା ପରିଚାଳକ ସରୋଜ କୁମାର ଜୁଏଡ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବୀରମହାରାଜପୁର ଶାଖା ପରିଚାଳକ ରାମ ଶଙ୍କର ମେହେର , ଭିଏଡବ୍ଲୁ ମନୋଜ ଅମାତ, ସତ୍ୟବାନ ଆଡବାଙ୍କ, କମଳ ସାହୁ, ଭାନୁପ୍ରିୟା ଭୋଇ, ପ୍ରକାଶ ଭୋଇ , ମନରଞ୍ଜନ ବରିହା ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦେଇ ବଳରାମ ଯୋଜନା ଉପରେ ମତ ପ୍ରଦାନ କରିଥିଲେ। ଗତ ବର୍ଷ ବ୍ଲକର ଚାରୋଟି ଗ୍ରୁପ କୁ ବଳରାମ ଯୋଜନାରେ ସାମିଲ କରି ଋଣ ପ୍ରଦାନ କରାଯାଇଥିଲା। ଇଣ୍ଡିଏନ ଓଭରସିଜ ବ୍ୟାଙ୍କ ରୁ ତିନୋଟି ଗୋଷ୍ଠି ଓ ପଞ୍ଜାବ ନ୍ୟାସନାଲ ବ୍ୟଙ୍କ ରୁ ଗୋଟିଏ ଗୋଷ୍ଠିକୁ ଋଣ ପ୍ରଦାନ କରାଯାଇଥିଲା। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରାଯାଏ ତେବେ ତାଙ୍କୁ କୌଣସି ସୁଧ ଦେବାକୁ ପଡି ନ ଥାଏ ବୋଲି ସୁଚନା ଦିଆଯାଇଥିଲା। ଉଭୟ ବ୍ୟାଙ୍କର ଶାଖା ପରିଚାଳକମାନେ ଆସି ବଳରାମ ଯୋଜନାର ଋଣ ପରିଶୋଧ କରିବାକୁ ଅନୁରୋଧ କରିଥିଲେ। ଏହା ସହିତ କୃଷି ଅଧିକାରୀମାନେ ଚଳିତ ବର୍ଷ ପାଇଁ ୧୯୨ ଟି କୃଷି ଗୋଷ୍ଠି କୁ ବଳରାମ ଯୋଜନା ରୁ ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇ ଥିବା ସୁଚନା ଦିଆଯାଇ ଥିଲା । ପ୍ରତି ଗୋଷ୍ଠିରେ ୪ଜଣ ରୁ ୧୦ଜଣ ରହିବେ । ଭୂମିହିନ ଚାଷୀ ଓ ନାମମାତ୍ର ଚାଷୀ ଙ୍କୁ ଏହି ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରହିଥିବା ପ୍ରକାଶ କରିଛନ୍ତି।ପ୍ରତି ଗୋଷ୍ଠି ଙ୍କୁ ୧ଲକ୍ଷ ୬୦ହଜାର ପର୍ଯ୍ୟନ୍ତ ଲେଖାଏଁ ଋଣ ପ୍ରଦାନ କରାଯିବ ବୋଲି ସୁଚନା ଦିଆଯାଇଛି।ଏହା ସହିତ ଋଣ ପରିଶୋଧ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ବିଟିଏମ ଜିତେନ୍ଦ୍ର ମେହେର ଯୋଜନାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଏଟିଏମ ମୀନକେତନ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଏଟିଏମ ନାରାୟଣ ମହାକୁର, ବ୍ଲକର ସମସ୍ତ କୃଷକ ସାଥି,,ଆତ୍ମାର ସଦସ୍ୟ ଓ ଅନ୍ୟ କର୍ମଚାରୀମାନେ ଯୋଗଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ