Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi Dengue Cases: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୩୨, ସେପ୍ଟେମ୍ବରରେ ହଠାତ୍ ବଢ଼ିଲା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ବର୍ଷ ଡେଙ୍ଗୁ ମାମଲା ୪୩୨ରେ ପହଞ୍ଚିଛି। ସେଥିମଧ୍ୟରୁ କେବଳ ସେପ୍ଟେମ୍ବର ମାସରେ ୧୨୧ଟି ମାମଲା ରିପୋର୍ଟ ହୋଇଛି, ଯାହା ଚଳିତ ବର୍ଷରେ ଗୋଟିଏ ମାସର ସର୍ବାଧିକ ମାମଲା। ଡେଙ୍ଗୁ ସହ ଦିଲ୍ଲୀରେ ମ୍ୟାଲେରିଆ ମାମଲା ମଧ୍ୟ ବଢ଼ିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୮୩ ଜଣ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ବେଳେ ସେପ୍ଟେମ୍ବରରେ ୬୪ଟି ମାମଲା ସାମ୍ନାକୁ ଆସିଛି।

ମଶାଜନିତ ରୋଗ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମହାନଗର ନିଗମ (MCD) ପକ୍ଷରୁ ମଶା ନିୟନ୍ତ୍ରଣ ଅଭିଯାନକୁ ଜୋରଦାର କରାଯାଇଛି। ମଶା ପ୍ରଜନନ ସ୍ଥାନ ଚିହ୍ନଟ ଓ ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ ୨ କୋଟି ୭୯ ଲକ୍ଷରୁ ଅଧିକ ଘର ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନ ପାଇଁ ୧ ଲକ୍ଷ ୧୦ ହଜାରରୁ ଅଧିକ ନୋଟିସ୍ ଜାରି କରାଯାଇଛି।

ଏହାସହ ମଶା ପ୍ରଜନନ ରୋକିବା ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରାୟ ୧୨ ହଜାର ମାମଲା ଦାୟର କରାଯାଇଛି। ଡେଙ୍ଗୁ ଓ ମ୍ୟାଲେରିଆର ମଶା ପ୍ରଜନନ ରୋକିବା ପାଇଁ MCD ପକ୍ଷରୁ ଘର ଓ ଆଖପାଖ ଅଞ୍ଚଳରେ ନିୟମିତ ଯାଞ୍ଚ ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ