Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PM Modi Birthday: ୭୬ ବର୍ଷରେ ପାଦ ଥାପିଲେ ଦେଲେ ମୋଦୀ, ୨୫ ବର୍ଷର ଜନସେବା ପାଇଁ ଆଜିଠୁ ‘ସେବା ସଂକଳ୍ପ ଅଭିଯାନ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିଜେପି ପକ୍ଷରୁ ଆଜିଠାରୁ ଦେଶବ୍ୟାପୀ ଏକ ମାସିଆ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ ହୋଇଛି। ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନକୁ ଚିହ୍ନିତ କରିବା ପାଇଁ ଏହି ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବ।

ବିଜେପି ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସୂଚନା ଅନୁସାରେ, ୨୦୦୧ ଅକ୍ଟୋବର ୭ରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାକୁ ତାଙ୍କର ସାର୍ବଜନୀନ ଜୀବନର ଆରମ୍ଭ ଭାବେ ଧରି ଅକ୍ଟୋବର ୭ରେ ୨୫ ବର୍ଷ ପୂରଣ ହେବ। ଅଭିଯାନରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଜନସମ୍ପର୍କ କାର୍ଯ୍ୟକ୍ରମ, ପଦଯାତ୍ରା, ବାଇକ୍‌ ରାଲି, ପ୍ରଦର୍ଶନୀ ଓ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଜେପି ପକ୍ଷରୁ ମୋଦୀଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରାଯାଉଥିବାବେଳେ, ଏଥର ତାଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନକୁ ଆଧାର କରି ବିଭିନ୍ନ କାର୍ଯ୍ୟକ୍ରମ ହେବ। ଦଳର ଯୋଜନା ଅନୁସାରେ, ଯୁବ, ମହିଳା, ସରକାରୀ ଯୋଜନାର ହିତାଧିକାରୀ ଓ ସାଧାରଣ ଲୋକଙ୍କୁ ନେଇ ଜନସମ୍ପର୍କ ଏବଂ ସେବାମୂଳକ କାର୍ଯ୍ୟକ୍ରମ କରାଯିବ। ଏହି ଅଭିଯାନ ମାଧ୍ୟମରେ ମୋଦୀଙ୍କ ୨୫ ବର୍ଷର ଜନସେବା ଯାତ୍ରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ବିଜେପିର ଲକ୍ଷ୍ୟ ବୋଲି ଦଳ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories