Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

MS Subbulakshmi Biopic: ବଡ ପରଦାରେ ଆସିବ କିମ୍ବଦନ୍ତୀ କର୍ଣ୍ଣାଟକ ଶାସ୍ତ୍ରୀୟ ସଙ୍ଗୀତ ଗାୟିକାଙ୍କ ଜୀବନକାହାଣୀ, ଏମ୍‌ଏସ୍ ସୁବ୍ବୁଲକ୍ଷ୍ମୀଙ୍କ ଭୂମିକାରେ ରଶ୍ମିକା ମନ୍ଦାନା

କର୍ଣ୍ଣାଟକ: କିମ୍ବଦନ୍ତୀ କର୍ଣ୍ଣାଟକ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଏମ୍‌ଏସ୍ ସୁବ୍ବୁଲକ୍ଷ୍ମୀଙ୍କ ଜୀବନ ଓ ସଙ୍ଗୀତ ସାଧନା ଉପରେ ନିର୍ମାଣ ହେବ ବାୟୋପିକ୍। ଏହି ଚଳଚ୍ଚିତ୍ରରେ ଏମ୍‌ଏସ୍ ସୁବ୍ବୁଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିବେ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ସୁବ୍ବୁଲକ୍ଷ୍ମୀଙ୍କ ୧୧୦ତମ ଜୟନ୍ତୀ ଅବସରରେ ସେପ୍ଟେମ୍ବର ୧୬ ତାରିଖରେ ଚେନ୍ନାଇସ୍ଥିତ ଦ ମ୍ୟୁଜିକ୍ ଏକାଡେମୀରେ ଏହି ବାୟୋପିକ୍‌ର ଆନୁଷ୍ଠାନିକ ଘୋଷଣା କରାଯାଇଛି। ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱରେ ଗୌତମ ତିନ୍ନନୁରୀ ରହିଛନ୍ତି। ସେ ‘ଜର୍ସି’ ଓ ‘କିଙ୍ଗଡମ୍’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଏମ୍‌ଏସ୍ ସୁବ୍ବୁଲକ୍ଷ୍ମୀଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ତାଙ୍କ କଣ୍ଠରେ ଗାଇଥିବା ‘ବିଷ୍ଣୁ ସହସ୍ରନାମ’, ‘ଗୋବିନ୍ଦମ୍ ଭଜନ’ ଓ ‘ଶ୍ରୀ ଭେଙ୍କଟେଶ୍ୱରା ସୁପ୍ରଭାତମ୍’ ଭଳି ଭକ୍ତି ସଙ୍ଗୀତ ଆଜି ମଧ୍ୟ ବେଶ୍ ଲୋକପ୍ରିୟ। ସଙ୍ଗୀତ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ସେ ପଦ୍ମଶ୍ରୀ ଓ ଭାରତ ରତ୍ନ ସମେତ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ସଙ୍ଗୀତର ପ୍ରଶଂସକଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହରୁଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଏ।

ଏମ୍‌ଏସ୍ ସୁବ୍ବୁଲକ୍ଷ୍ମୀଙ୍କ ସଙ୍ଗୀତ ସହ ତାଙ୍କ ନୀଳ ଶାଢ଼ିର ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଥିଲା। ତାଙ୍କ ପସନ୍ଦର ନୀଳ ରଙ୍ଗ ପରବର୍ତ୍ତୀ ସମୟରେ ‘ଏମ୍‌ଏସ୍ ବ୍ଲୁ’ ଭାବେ ପରିଚିତ ହୋଇଥିଲା। ଏବେ ତାଙ୍କ ଜୀବନ, ସଂଘର୍ଷ, ସଫଳତା ଓ ସଙ୍ଗୀତ ସାଧନାକୁ ବଡ଼ ପରଦାରେ କିପରି ଉପସ୍ଥାପନ କରାଯିବ, ତାହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories