Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SEMICON India 2026: ଏକ ମଞ୍ଚରେ ୫୨ ଦେଶ ଓ ୬୦୦ରୁ ଅଧିକ କମ୍ପାନୀ, ଆଜି ସେମିକନ୍ ଇଣ୍ଡିଆ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଯଶୋଭୂମିରେ ଆଜିଠାରୁ ଆରମ୍ଭ ହେଉଛି ସେମିକନ୍ ଇଣ୍ଡିଆ ୨୦୨୬। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ତିନିଦିନିଆ ସମ୍ମିଳନୀ ଓ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ। ସେପ୍ଟେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୋଜନରେ ୬୦୦ରୁ ଅଧିକ କମ୍ପାନୀ ଏବଂ ୫୨ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିବେ। ପ୍ରାୟ ୫୦ ହଜାର ଦର୍ଶକ ଏଥିରେ ଯୋଗଦେବେ ବୋଲି ଆଶା କରାଯାଉଛି।

ଏଥର ସେମିକନ୍ ଇଣ୍ଡିଆର ଥିମ୍‌ ରହିଛି ‘ସିଲିକନ୍‌ରୁ ସିଷ୍ଟମ୍‌ ପର୍ଯ୍ୟନ୍ତ: ଇକୋସିଷ୍ଟମ୍‌ ନିର୍ମାଣ’। ଭାରତରେ ସେମିକଣ୍ଡକ୍ଟର ଶିଳ୍ପରେ ସହଯୋଗ, ପୁଞ୍ଜିନିବେଶ, ନବସୃଜନ ଓ ପ୍ରତିଭା ବିକାଶକୁ ଆଗକୁ ବଢ଼ାଇବା ଏହି ଆୟୋଜନର ପ୍ରମୁଖ ଲକ୍ଷ୍ୟ। ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡ, ସିଙ୍ଗାପୁର ଓ ସ୍ୱିଡେନର ପ୍ୟାଭିଲିୟନ୍‌ ମଧ୍ୟ ଏଠାରେ ରହିବ।

ସମ୍ମିଳନୀରେ ସେମିକଣ୍ଡକ୍ଟର ସାମଗ୍ରୀ, ଉପକରଣ, ଚିପ୍‌ ଡିଜାଇନ୍‌, ନିର୍ମାଣ, ଉନ୍ନତ ପ୍ୟାକେଜିଂ, ଇଲେକ୍ଟ୍ରୋନିକ୍ସ ଓ ସମ୍ପୂର୍ଣ୍ଣ ମୂଲ୍ୟଶୃଙ୍ଖଳା ସମ୍ପର୍କିତ ପ୍ରଯୁକ୍ତି ପ୍ରଦର୍ଶିତ ହେବ। ଏହା ସହ ୪୦୦ରୁ ଅଧିକ ବରିଷ୍ଠ ଅଧିକାରୀ ଓ ୧୫୦ରୁ ଅଧିକ ବକ୍ତା ଅଂଶ ନେବେ। ୬ଟି ଦେଶର ରାଉଣ୍ଡଟେବୁଲ୍‌ ବୈଠକ ସହ ମହିଳା ନେତୃତ୍ୱ, ଷ୍ଟାର୍ଟଅପ୍‌, ଛାତ୍ର ହ୍ୟାକାଥନ୍‌ ଓ କୌଶଳ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories