Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Rourkela Murder: ତ୍ରିକୋଣୀୟ ପ୍ରେମକୁ ନେଇ ସାଙ୍ଗକୁ ପାଣି ଟାଙ୍କିରୁ ଠେଲିଦେବା ଅଭିଯୋଗ, ଯୁବକ ଗିରଫ

ରାଉରକେଲା: ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ତ୍ରିନାଥ କଲୋନୀରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅର୍ଦ୍ଧନିର୍ମିତ ପାଣି ଟାଙ୍କି ଉପରୁ ଠେଲି ଦେବାରୁ ଅଭିଷେକ ମଲ୍ଲିକ ନାମକ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ଘଟଣା ରାତିରେ ଅଭିଷେକ ଓ ତାଙ୍କ ସାଙ୍ଗ କୁନା ଦାସ ଅର୍ଦ୍ଧନିର୍ମିତ ପାଣି ଟାଙ୍କି ଉପରେ ବସିଥିଲେ। ସେଠାରେ ଦୁହେଁ ମଦ୍ୟପାନ କରୁଥିବା ବେଳେ ଜଣେ ଯୁବତୀଙ୍କୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଅଭିଷେକଙ୍କୁ ଅଧିକ ପସନ୍ଦ କରୁଥିବା ନେଇ କୁନା ରାଗିଯାଇଥିଲେ ଏବଂ ଉତ୍ତେଜିତ ହୋଇ ଅଭିଷେକଙ୍କୁ ଟାଙ୍କି ଉପରୁ ଠେଲି ଦେଇଥିବା ଅଭିଯୋଗ ରହିଛି। ତଳେ ପଡ଼ିବା ପରେ ଅଭିଷେକଙ୍କ ମୃତ୍ୟୁ ଘଟିଥିଲା।

ଘଟଣା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ କୁନା ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇ ଲାଠିକଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁନା ଦାସଙ୍କୁ ଗିରଫ କରିଛି। ତେବେ ଘଟଣାର ପ୍ରକୃତ କାରଣ, ମୃତ୍ୟୁର ପରିସ୍ଥିତି ଏବଂ ଅଭିଯୋଗର ସତ୍ୟତା ନେଇ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ