Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Mandakini Dawood Photo: ଦାଉଦ୍‌ଙ୍କ ସହ ଭାଇରାଲ ଫଟୋକୁ ନେଇ ମନ୍ଦାକିନୀଙ୍କ ସଫେଇ, କହିଲେ କ୍ୟାରିୟର ଉପରେ ଗୁରୁତର ଭାବେ ପ୍ରଭାବ ପଡ଼ିଥିଲା

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ମନ୍ଦାକିନୀ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ଙ୍କ ସହ ତାଙ୍କର ବହୁଚର୍ଚ୍ଚିତ ଫଟୋକୁ ନେଇ ବର୍ଷ ପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ଫଟୋକୁ ନେଇ ଦୀର୍ଘଦିନ ଧରି ବିଭିନ୍ନ ଚର୍ଚ୍ଚା ଓ ଗୁଜବ ହୋଇଆସୁଥିଲା। ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ମନ୍ଦାକିନୀ କହିଛନ୍ତି ଯେ, ଏହି ଫଟୋ ଯୋଗୁଁ ତାଙ୍କ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇଥିଲା।

ମନ୍ଦାକିନୀଙ୍କ କହିବା ଅନୁସାରେ, ସେ ଦାଉଦ୍‌ଙ୍କ ନିମନ୍ତ୍ରଣରେ ଦୁବାଇ ଯାଇନଥିଲେ। ଏକ ଶୋ’ ପାଇଁ ସେ ଦୁବାଇ ଯାଇଥିବା ବେଳେ ଏକ ମ୍ୟାଚ୍‌ ସ୍ଥଳରେ ଅନେକ ଲୋକଙ୍କ ସହ ଦାଉଦ୍‌ ମଧ୍ୟ ଉପସ୍ଥିତ ଥିଲେ। ଜଣେ କଳାକାର ଭାବେ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି ଏବଂ କେବଳ ଏକ ଫଟୋ ଆଧାରରେ ଲୋକେ ବିଭିନ୍ନ ଅର୍ଥ ବାହାର କରିଥିବା ସେ କହିଛନ୍ତି।

ଦାଉଦ୍‌ ତାଙ୍କୁ ମ୍ୟାଚ୍‌ ଦେଖିବାକୁ ନିମନ୍ତ୍ରଣ କରିଥିଲେ କି ବୋଲି ପଚରାଯିବାରୁ ମନ୍ଦାକିନୀ ଏହାକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଥିଲେ। ତାଙ୍କ କହିବା ଅନୁସାରେ, ସେତେବେଳେ ଘଟଣାଟି ଏତେ ବଡ଼ ବିବାଦର ରୂପ ନେବ ବୋଲି ସେ ଭାବିନଥିଲେ। ଏକ ଫଟୋକୁ ନେଇ ହୋଇଥିବା ଚର୍ଚ୍ଚା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଥିବା ସେ ସାକ୍ଷାତକାରରେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories