Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gold Silver Price: ସୁନା-ରୁପା ଦରରେ ବଡ଼ ହ୍ରାସ, MCX ଖୋଲୁ ଖୋଲୁ ହଜାର ହଜାର ଟଙ୍କା କମିଲା

ନୂଆଦିଲ୍ଲୀ: ଗୁରୁବାର ଏମ୍‌ସିଏକ୍ସରେ କାରବାର ଆରମ୍ଭ ହେବା ମାତ୍ରେ ସୁନା ଓ ରୁପାର ବାୟଦା ଦରରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି। ରୁପା ଦର ୪,୫୬୫ ଟଙ୍କା କମି କିଲୋଗ୍ରାମ ପିଛା ୨,୩୦,୨୨୧ ଟଙ୍କାରେ ପହଞ୍ଚିଥିବା ବେଳେ ସୁନା ଦର ୧,୯୮୭ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୧,୫୦,୪୮୩ ଟଙ୍କା ହୋଇଛି।

ରୁପା ଏହାର ସର୍ବକାଳୀନ ରେକର୍ଡ ଦରଠାରୁ ପ୍ରାୟ ୧.୯୦ ଲକ୍ଷ ଟଙ୍କା ତଳେ କାରବାର କରୁଥିବା ବେଳେ ସୁନା ଦର ମଧ୍ୟ ଅଗଷ୍ଟ ମାସର ଶେଷ କାରବାର ଦର ତୁଳନାରେ ପ୍ରାୟ ୩,୯୭୭ ଟଙ୍କା କମ୍ ରହିଛି। ଅଚାନକ ଦର ହ୍ରାସ ପାଇବା ପରେ ମୂଲ୍ୟବାନ ଧାତୁ ବଜାରରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।

ତେବେ ଏହି ଦର ହେଉଛି ଏମ୍‌ସିଏକ୍ସର କାରବାରର ଦର। ଖୁଚୁରା ବଜାରରେ ସୁନା ଓ ରୁପାର ଦର ଭିନ୍ନ ହୋଇପାରେ। ଦିନ ଆଗକୁ ବଢ଼ିବା ସହ ବଜାରରେ ଦରରେ ପରିବର୍ତ୍ତନ ମଧ୍ୟ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories