Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Casting Couch: କାଷ୍ଟିଙ୍ଗ କାଉଚ ମାମଲା, ଓଡ଼ିଆ ଅଭିନେତ୍ରୀଙ୍କୁ ରାତି ବିତାଇବାକୁ ଅଫର! ଡିପ୍‌ଫେକ୍‌ ଫଟୋ ମାମଲାରେ ସହକାରୀ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଓଡ଼ିଶାରେ ସୁଟିଂ ଚାଲିଥିବା ଏକ ହିନ୍ଦୀ ଟେଲି ପ୍ରଡକ୍ସନ୍‌ର ସେଟ୍‌ରେ ଜଣେ ଓଡ଼ିଆ ଅଭିନେତ୍ରୀଙ୍କୁ କଥିତ ଭାବେ କାଷ୍ଟିଙ୍ଗ୍ କାଉଚ୍‌ର ସମ୍ମୁଖୀନ ହେବାକୁ ପଡ଼ିଥିବା ଅଭିଯୋଗ ଆସିଛି। ଅଭିନେତ୍ରୀଙ୍କ ଅଭିଯୋଗ ଅନୁସାରେ, ପ୍ରଡକ୍ସନ୍ ସଂସ୍ଥାର ସହକାରୀ ନିର୍ଦ୍ଦେଶକ ଅମନ ଉପାଧ୍ୟାୟ ତାଙ୍କ ମୋବାଇଲ୍ ନମ୍ବର ନେଇ ପରେ ଫୋନ୍ ଓ ବ୍ୟକ୍ତିଗତ ମେସେଜ୍ କରିଥିଲେ। ଏପରିକି ତାଙ୍କ ସହ ଗୋଟିଏ ରାତି ବିତାଇବାକୁ ପ୍ରସ୍ତାବ ଦିଆଯାଇଥିବା ଅଭିନେତ୍ରୀ ଅଭିଯୋଗ କରିଛନ୍ତି। ଏହି ପ୍ରସ୍ତାବକୁ ବିରୋଧ କରିବା ପରେ ତାଙ୍କୁ ସୁଟିଂ ସେଟ୍‌ରେ ହଇରାଣ କରାଯିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଫୋନ୍ ଓ ମେସେଜ୍‌ ମାଧ୍ୟମରେ ହଇରାଣ କରିବା ସହ ଅଭିନେତ୍ରୀଙ୍କ ସାମାଜିକ ଗଣମାଧ୍ୟମରୁ ଫଟୋ ନେଇ ତାହାକୁ କୃତ୍ରିମ ବୁଦ୍ଧିମତ୍ତା ଓ ଡିପ୍‌ଫେକ୍‌ ପ୍ରଯୁକ୍ତି ଜରିଆରେ ଅଶ୍ଳୀଳ ରୂପ ଦିଆଯାଇଥିଲା। ଏହି ଫଟୋଗୁଡ଼ିକୁ ତାଙ୍କ ପରିବାର ଓ ପରିଚିତଙ୍କ ନିକଟକୁ ପଠାଯାଇଥିବା ଅଭିଯୋଗ ମଧ୍ୟ ରହିଛି। ଘଟଣାକୁ ନେଇ ଅଭିନେତ୍ରୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗର ତଦନ୍ତ ଆରମ୍ଭ କରି ଘଟଣା ସହ ଜଡ଼ିତ ଅମନ ଉପାଧ୍ୟାୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଅଭିନେତ୍ରୀଙ୍କ ଅଭିଯୋଗର ସମସ୍ତ ପାର୍ଶ୍ୱକୁ ନେଇ ତଦନ୍ତ ଜାରି ରହିଛି। ବିଶେଷକରି ଡିପ୍‌ଫେକ୍‌ ଫଟୋ ପ୍ରସ୍ତୁତ ଓ ପ୍ରସାରଣ ଅଭିଯୋଗରେ କେଉଁମାନେ ସମ୍ପୃକ୍ତ ଏବଂ ଏଥିପାଇଁ କେଉଁ ମାଧ୍ୟମ ବ୍ୟବହାର ହୋଇଥିଲା, ସେନେଇ ପୁଲିସ ଯାଞ୍ଚ କରୁଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories