Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Yudh Abhyas 2026: ଔଲିରେ ଭାରତ-ଆମେରିକା ସେନାର ଶକ୍ତି ପ୍ରଦର୍ଶନ, ରୋବୋଟିକ୍ ଡଗ୍‌ ଓ ଡ୍ରୋନ୍‌ରେ ହେଲା ଆତଙ୍କବାଦ ବିରୋଧୀ ଅପରେସନ୍‌ ଯୁଦ୍ଧ ଅଭ୍ୟାସ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଔଲିରେ ଭାରତ ଓ ଆମେରିକା ସେନାର ମିଳିତ ସାମରିକ ଅଭ୍ୟାସ ‘ୟୁଦ୍ଧ ଅଭ୍ୟାସ ୨୦୨୬’ ଚାଲିଛି। ଏହି ଅଭ୍ୟାସରେ ଆତଙ୍କବାଦ ବିରୋଧୀ ଅପରେସନ୍‌ ସମୟରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଭବନ ଭିତରେ ଲୁଚିଥିବା ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବା ପାଇଁ ଡ୍ରୋନ୍‌ ଓ ରୋବୋଟିକ୍ ଡଗ୍‌ ବ୍ୟବହାର କରାଯାଇଥିବା ବେଳେ ପ୍ରଶିକ୍ଷିତ ସେନା କୁକୁର ଓ ସ୍ନାଇପର ଟିମ୍‌ ମଧ୍ୟ ଅଭ୍ୟାସରେ ସାମିଲ ହୋଇଥିଲେ।

ଅପରେସନ୍‌ର ଅଂଶ ଭାବେ ପ୍ରଥମେ ଡ୍ରୋନ୍‌ ଓ ରୋବୋଟିକ୍ ଡଗ୍‌ ମାଧ୍ୟମରେ ଭବନ ଏବଂ ଏହାର ଆଖପାଖ ଅଞ୍ଚଳର ନିରୀକ୍ଷଣ କରାଯାଇଥିଲା। ଏହାପରେ ସେନାର ଅପରେସନ୍‌ ଟିମ୍‌ ଭବନ ଭିତରକୁ ପ୍ରବେଶ କରି ବିଭିନ୍ନ କୋଠରୀ ଯାଞ୍ଚ କରିବାର ଅଭ୍ୟାସ କରିଥିଲେ। ସୀମିତ ଓ ଜଟିଳ ସ୍ଥାନରେ ବିପଦକୁ ଶୀଘ୍ର ଚିହ୍ନଟ କରିବା, ଯବାନମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ଏବଂ ଦ୍ରୁତ ପ୍ରତିକ୍ରିୟା ଦେବା ଉପରେ ଏହି ଅଭ୍ୟାସରେ ଗୁରୁତ୍ୱ ଦିଆଯାଇଛି।

‘ୟୁଦ୍ଧ ଅଭ୍ୟାସ ୨୦୨୬’ର ୨୨ତମ ସଂସ୍କରଣରେ ଭାରତ ଓ ଆମେରିକାର ପ୍ରାୟ ୬୦୦ ଲେଖାଏଁ, ମୋଟ ପ୍ରାୟ ୧,୨୦୦ ସୈନିକ ଅଂଶଗ୍ରହଣ କରୁଛନ୍ତି। ଔଲି ସହ ରାଜସ୍ଥାନର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ମଧ୍ୟ ଏହି ସାମରିକ ଅଭ୍ୟାସ ଆୟୋଜିତ ହେଉଛି। ପାହାଡ଼ିଆ ଓ ଅର୍ଦ୍ଧପାହାଡ଼ିଆ ଅଞ୍ଚଳରେ ମିଳିତ ଅପରେସନ୍‌, ଡ୍ରୋନ୍‌ ଓ ସ୍ୱୟଂଚାଳିତ ପ୍ରଣାଳୀର ବ୍ୟବହାର ସହ ଉଭୟ ଦେଶର ସେନା ମଧ୍ୟରେ ସମନ୍ୱୟ ଓ ଅପରେସନ୍‌ କ୍ଷମତା ବଢ଼ାଇବା ଏହି ଅଭ୍ୟାସର ମୁଖ୍ୟ ଲକ୍ଷ୍ୟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories