Jharkhand High Court: ୧୦୦ ଟଙ୍କା ଲାଞ୍ଚ ମାମଲାରେ ପୂର୍ବତନ ରେଳ କର୍ମଚାରୀଙ୍କ ଦୋଷୀ ଦଣ୍ଡାଦେଶକୁ କାଏମ ରଖିଲେ ଝାଡ଼ଖଣ୍ଡ ହାଇକୋର୍ଟ
ନୁଆଦିଲ୍ଲୀ: ୧୯୯୫ ମସିହାରେ ୧୦୦ ଟଙ୍କା ଲାଞ୍ଚ ନେଇଥିବା ମାମଲାରେ ପୂର୍ବତନ ପାର୍ସଲ କ୍ଲର୍କ କାଳୀ ଶଙ୍କର ଧୋବିଙ୍କ ଦୋଷୀ ସାବ୍ୟସ୍ତକୁ ଝାଡ଼ଖଣ୍ଡ ହାଇକୋର୍ଟ ଗୁରୁବାର ବଜାୟ ରଖିଛନ୍ତି। ସେତେବେଳେ ଧୋବି ରାଞ୍ଚିର ହାଟିଆ ରେଳ ଷ୍ଟେସନରେ ପାର୍ସଲ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ। ନିର୍ମଳ କୁମାର ବେଗାନୀ ନାମକ ଜଣେ ବ୍ୟକ୍ତି ନିଜ ମୋଟରସାଇକେଲକୁ ହାଟିଆରୁ ବିହାରର ସମସ୍ତିପୁରକୁ ପଠାଇବାକୁ ଚାହୁଁଥିଲେ।
ଅଭିଯୋଗ ଅନୁସାରେ, ମୋଟରସାଇକେଲ୍ଟି ପାର୍ସଲ ଭାବେ ବୁକ୍ କରିବା ପାଇଁ ଧୋବି ୧୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ଅଭିଯୋଗକାରୀ ସିବିଆଇକୁ ଏ ସମ୍ପର୍କରେ ଜଣାଇଥିଲେ। ଅଭିଯୋଗର ସତ୍ୟତା ଯାଞ୍ଚ କରିବା ପରେ ସିବିଆଇ ପକ୍ଷରୁ ଏକ ଯୋଜନା କରାଯାଇଥିଲା। ୧୯୯୫ ଏପ୍ରିଲ ୨୭ରେ ସିବିଆଇ ଟିମ୍ ହାଟିଆ ରେଳ ଷ୍ଟେସନରେ ଧୋବିଙ୍କୁ ୧୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରିଥିଲା।
ଏହି ମାମଲାରେ ତଳକୋର୍ଟ ପକ୍ଷରୁ ଦିଆଯାଇଥିବା ଦୋଷୀ ସାବ୍ୟସ୍ତ ରାୟକୁ ଝାଡ଼ଖଣ୍ଡ ହାଇକୋର୍ଟ ବଜାୟ ରଖିଛନ୍ତି। ଅର୍ଥାତ୍, ପ୍ରାୟ ୩୧ ବର୍ଷ ପୁରୁଣା ଏହି ଲାଞ୍ଚ ମାମଲାରେ ଧୋବିଙ୍କ ଦୋଷୀ ସାବ୍ୟସ୍ତ ଉପରେ ହାଇକୋର୍ଟଙ୍କ ରାୟ ଆସିଛି। ମାମଲାରେ ୧୯୯୫ରେ ହୋଇଥିବା ସିବିଆଇ ଟ୍ରାପ୍ ଅପରେସନ୍ ଏବେ ପୁଣି ଚର୍ଚ୍ଚାକୁ ଆସିଛି।

