Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

iPhone: ‘iPhone 18 Pro’ କ୍ରେଜ୍ ରେ ମୁମ୍ବାଇ ଷ୍ଟାର! ରିତେଶ-ଜେନେଲିଆଙ୍କଠାରୁ ନେହା ଧୁପିଆ, ନୂଆ ଆଇଫୋନ୍‌ ସହ ନଜର ଆସିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ମଧ୍ୟରେ ନୂଆ iPhone 18 Pro ସିରିଜ୍‌କୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। iPhone 18 Pro ଓ iPhone 18 Pro Maxର ବିଭିନ୍ନ ଭାରିଆଣ୍ଟ ସହ ଅନେକ ଅଭିନେତା-ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି। ନୂଆ ମଡେଲ୍‌ର ବିକ୍ରି ଆରମ୍ଭକୁ ନେଇ ଗ୍ୟାଜେଟ୍‌ପ୍ରେମୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ିଛି। ବିକ୍ରି ଆରମ୍ଭ ପୂର୍ବରୁ ହିଁ କିଛି ଷ୍ଟାରଙ୍କ ହାତରେ ନୂଆ ଆଇଫୋନ୍‌ ଦେଖିବାକୁ ମିଳିଥିଲା।

ଅଭିନେତା ରିତେଶ ଦେଶମୁଖ ନିଜ ସୋସିଆଲ ମିଡିଆରେ iPhone 18 Pro Maxର ଫଟୋ ସେୟାର କରିଥିବା ବେଳେ ତାଙ୍କ ହାତରେ ଗ୍ଲେସିୟର ବ୍ଲୁ ଭାରିଆଣ୍ଟ ନଜର ଆସିଥିଲା। ଅନ୍ୟପଟେ ତାଙ୍କ ପତ୍ନୀ ଜେନେଲିଆ ଦେଶମୁଖଙ୍କ ହାତରେ ବର୍ଗଣ୍ଡି ରଙ୍ଗର ମଡେଲ୍‌ ଦେଖାଯାଇଥିଲା। ନେହା ଧୁପିଆ ଓ କରିସ୍ମା ତନ୍ନାଙ୍କ ହାତରେ ମଧ୍ୟ iPhone 18 Pro Maxର ବର୍ଗଣ୍ଡି ଭାରିଆଣ୍ଟ ନଜର ଆସିଥିବା ଦାବି କରାଯାଇଛି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ନୂଆ ଆଇଫୋନ୍‌କୁ ନେଇ ଫ୍ୟାନ୍‌ମାନଙ୍କ ଆଗ୍ରହ ବଢ଼ିଛି।

ଏପଟେ ଆପଲ୍‌ର ବିଶେଷ କାର୍ଯ୍ୟକ୍ରମରେ ମଧ୍ୟ ଭାରତୀୟ ମନୋରଞ୍ଜନ ଜଗତର କିଛି ଚର୍ଚ୍ଚିତ ଚେହେରା ଯୋଗ ଦେଇଥିଲେ। ଗାୟକ ଏପି ଢିଲ୍ଲୋନ୍‌ ଓ ଅଭିନେତ୍ରୀ ତୃପ୍ତି ଡିମ୍ରି ଆପଲ୍‌ ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚି ଆପଲ୍‌ର ସିଇଓଙ୍କ ସହ ଭେଟିଥିଲେ। ଏହାସହ ନୂଆ iPhone ମଡେଲ୍‌ ସହ ଫଟୋ ମଧ୍ୟ ନେଇଥିଲେ। ତୃପ୍ତି ଡିମ୍ରି ଏହି ଅନୁଭୂତିର କିଛି ଝଲକ ସୋସିଆଲ ମିଡିଆରେ ସେୟାର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories