ଉଲୁଣ୍ଡା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ସଦର ତହସିଲ କାର୍ଯ୍ଯାଲୟ ପଛପଟେ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ମୁତାବକ କାହ୍ନୁଚରଣ ହାତୀ ନାମକ ଜଣେ ବ୍ଯକ୍ତି ଦିର୍ଘଦିନରୁ ଉଲୁଣ୍ଡା ତହସିଲ କାର୍ଯ୍ଯାଲୟ ପଛପଟେ ତିନିଶହ ଡିସିମିଲ ସରକାରୀ ଜମିକୁ କବଜା କରି ରଖିଥିଲେ । ମାତ୍ର ଉକ୍ତ ସ୍ଥାନରୁ ଅପସରି ଯିବାପାଇଁ ତହସିଲ ପକ୍ଷରୁ ଚାରିଥର ତାଙ୍କୁ ନୋଟିସ କରାଯାଇଥିଲା । ହେଲେ ବ୍ଯକ୍ତି ଜଣକ ଉକ୍ତ ସ୍ଥାନରୁ ଅପସରି ନଥିବାରୁ ଆଜି ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ଜେସିବି ଲଗାଇ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଜବରଦଖଲ ଉଚ୍ଛେଦ ସମୟରେ ମାଜିଷ୍ଟ୍ରେଟ୍ ଦାଇତ୍ୱରେ ଥିବା ସ୍ବାଗତ କୁମାର ପଣ୍ଡା , ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ଏସଡିପିଓ ଡୋଲାମଣି ଭୋଇ, ଉଲୁଣ୍ଡା ଆଇଆଇସି ଅନିତା କିଣ୍ଡୋ ଏବଂ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ।