Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମପ୍ରାଣା ମହିଳା ଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଜଣାଇଲେ ଆତ୍ମୀୟ ସ୍ୱଜନ।

କଳାହାଣ୍ଡି,୧୮/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର କୋକସରା ଗ୍ରାମର ଗୌନ୍ତିଆ ପରିବାର ର ବିଭୁତି ଭୂଷଣ ପ୍ରଧାନୀ ଙ୍କ ସହଧର୍ମିଣୀ ସରୋଜିନୀ ପ୍ରଧାନୀ (୭୮) ଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ଗମନ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ବିଭୁତି ଭୂଷଣ,ଦୁଇ ପୁଅ ଲକ୍ଷ୍ମୀ ନାରାୟଣ ରାମ ନାରାୟଣ, ଦୁଇ ବୋହୁ,ନାତି ଉପସ୍ଥିତ ଥିଲେ। ଶୁକ୍ରବାର ସକାଳେ ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ ପରେ ଶତାଧିକ ଜ୍ଞାତି କୁଟୁମ୍ବ ଗ୍ରାମବାସୀ ମାନେ ଶବଧାର ରେ ଉପସ୍ଥିତ ଥିଲେ। ଗାଁ ମଶାଣୀ ରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ଲକ୍ଷ୍ମୀ ନାରାୟଣ ମୁଖାଗ୍ନି ଦେଇଥିଲେ। ଧର୍ମ ପରାୟଣା ମହିଳା ଙ୍କ ପରଲୋକ ଗମନ ରେ ଜ୍ଞାତି କୁଟୁମ୍ବ ମହଲରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ