Sanju Samson: ଦିଲ୍ଲୀ ଯୁବପିଢ଼ିଙ୍କୁ ସ୍କିଲ୍ ଓ ଆତ୍ମନିର୍ଭରତାର ବାର୍ତ୍ତା ଦେବେ ସଞ୍ଜୁ, ଜନ କୌଶଳ କେନ୍ଦ୍ରର ହେଲେ ବ୍ରାଣ୍ଡ ଆମ୍ବାସାଡର
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କ୍ରିକେଟର ସଞ୍ଜୁ ସାମସନଙ୍କୁ ଭେଟିଛନ୍ତି। ଏହି ଅବସରରେ ଜନ କୌଶଳ କେନ୍ଦ୍ର, ମୋତି ନଗରର ବ୍ରାଣ୍ଡ ଆମ୍ବାସାଡର ହେବା ପାଇଁ ସଞ୍ଜୁ ସାମସନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ମଦନ ଲାଲ ଖୁରାନା ଫାଉଣ୍ଡେସନ ପକ୍ଷରୁ ସଞ୍ଜୁଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ବ୍ରାଣ୍ଡ ଆମ୍ବାସାଡର ଭାବେ ସଞ୍ଜୁ ସାମସନ ଦିଲ୍ଲୀର ଯୁବପିଢ଼ିଙ୍କୁ କୌଶଳ ବିକାଶ, ନୂଆ ସୁଯୋଗ ଓ ଆତ୍ମନିର୍ଭରତା ପାଇଁ ପ୍ରେରିତ କରିବେ। ଏହା ମାଧ୍ୟମରେ ଯୁବକ-ଯୁବତୀଙ୍କୁ ନିଜ ଦକ୍ଷତା ବଢ଼ାଇ ଆଗକୁ ବଢ଼ିବାର ବାର୍ତ୍ତା ଦେବା ଲକ୍ଷ୍ୟ ରହିଛି।
ରେଖା ଗୁପ୍ତା କହିଛନ୍ତି ଯେ ସଞ୍ଜୁ ସାମସନଙ୍କର ଦିଲ୍ଲୀ ସହ ଏକ ବିଶେଷ ସମ୍ପର୍କ ରହିଛି। ତାଙ୍କ କ୍ରିକେଟ୍ କ୍ୟାରିୟରର ପ୍ରାରମ୍ଭିକ ବର୍ଷଗୁଡ଼ିକ ସଞ୍ଜୁ ଦିଲ୍ଲୀରେ କାଟିଥିଲେ। ତେଣୁ ଦିଲ୍ଲୀର ଯୁବପିଢ଼ିଙ୍କ ସହ ସଞ୍ଜୁଙ୍କ ଅଭିଜ୍ଞତା ଓ ପ୍ରେରଣାର ସମ୍ପର୍କ ଏହି ପଦକ୍ଷେପକୁ ଆହୁରି ମଜବୁତ କରିବ ବୋଲି କୁହାଯାଇଛି।

