Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Jyotiraditya Scindia: ‘ରାସ୍ତା ନହେଲେ ଭୋଟ ନାହିଁ’ କହିବାରୁ ଭଡ଼କିଲେ ସିନ୍ଧିଆ, କହିଲେ- ‘ମୋ ସହ ଏଭଳି ଭାଷା ବ୍ୟବହାର କରନ୍ତୁ ନାହିଁ’

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ଗୁଲାବଗଞ୍ଜ ଅଞ୍ଚଳରେ ରାସ୍ତାର ଖରାପ ସ୍ଥିତିକୁ ନେଇ ସ୍ଥାନୀୟ ଲୋକେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟରେ ଅଭିଯୋଗ ରଖିଥିଲେ। ସିନ୍ଧିଆଙ୍କ ଗାଡ଼ି ଅଟକାଇ ଲୋକେ ରାସ୍ତା ନିର୍ମାଣ ନେଇ ଦାବି ଜଣାଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ରାସ୍ତା ନିର୍ମାଣ ନହେଲେ ଆଗାମୀ ନିର୍ବାଚନରେ ଭୋଟ ନଦେବାକୁ କହିଥିଲେ। ଏହାର ଉତ୍ତରରେ ସିନ୍ଧିଆ ଆପତ୍ତି ଜଣାଇ କହିଥିଲେ ଯେ, ଏଭଳି ଭାଷାରେ ତାଙ୍କ ସହ କଥା ନହୋଇ ନିଜ ସମସ୍ୟାକୁ ନିବେଦନ ଆକାରରେ ଜଣାଇବା ଉଚିତ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗୁଲାବଗଞ୍ଜ ଅଞ୍ଚଳର ରାସ୍ତା ଦୀର୍ଘ ସମୟ ଧରି ଖରାପ ଅବସ୍ଥାରେ ରହିଛି। ରାସ୍ତାରେ ଗାତ ଓ ଅସମତଳ ଅଂଶ ଥିବାରୁ ଯାତାୟାତରେ ସମସ୍ୟା ହେଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ପୂର୍ବରୁ ମଧ୍ୟ ଦାବି ଜଣାଇଥିବା ରିପୋର୍ଟରେ କୁହାଯାଇଛି।

ଏହାପରେ ଗୁଲାବଗଞ୍ଜ ରୋଡ୍‌ ନିର୍ମାଣ ପାଇଁ ସିନ୍ଧିଆ ୩ କୋଟି ଟଙ୍କା ମଞ୍ଜୁର କରାଯିବା ନେଇ ଘୋଷଣା କରିଥିଲେ। ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଏଷ୍ଟିମେଟ୍‌ ଓ ଟେଣ୍ଡର ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବର୍ଷା ଋତୁ ଶେଷ ହେବା ପରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories