Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nalkheda Tragedy: ମା’ ବଗଳାମୁଖୀ ଦର୍ଶନରୁ ଫେରୁଥିବା ବେଳେ ଅଘଟଣ, ନାଳରେ ଭାସିଗଲା କାର; ୮ ଓଡ଼ିଆ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲା ନଲଖେଡ଼ାରେ ଘଟିଛି ଦୁଃଖଦାୟକ ଘଟଣା । ମା’ ବଗଳାମୁଖୀ ମନ୍ଦିର ନିକଟରେ ପ୍ରବଳ ବର୍ଷା ଯୋଗୁଁ ଫୁଲିଥିବା ନାଳାରେ ଏକ କାର ଭାସିଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି। ରିପୋର୍ଟ ଅନୁସାରେ, ୭ ଜଣ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଏକ ପରିବାରର ସଦସ୍ୟ ଥିବାବେଳେ ଅନ୍ୟଜଣ ଟ୍ୟାକ୍ସି ଚାଳକ ଥିଲେ।

ସୂଚନା ଅନୁଯାୟୀ, ପରିବାରଟି ପ୍ରଥମେ ଉଜ୍ଜୟିନୀ ଯାଇ ମହାକାଳେଶ୍ୱର ମନ୍ଦିର ଦର୍ଶନ କରିଥିଲେ। ପରେ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ଟ୍ୟାକ୍ସି ଯୋଗେ ନଲଖେଡ଼ା ଯାଇଥିଲେ। ଦର୍ଶନ ସାରି ଫେରୁଥିବା ସମୟରେ ମନ୍ଦିର ନିକଟରେ ପ୍ରବଳ ଜଳସ୍ରୋତ ଥିବା ଏକ ବର୍ଷା ନାଳା ପାର ହେବାବେଳେ କାରଟି ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲା। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଉଦ୍ଧାର କରିଥିଲେ।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରବଳ ଜଳସ୍ରୋତ ମଧ୍ୟରେ କାରଟି ନାଳା ପାର ହେବାକୁ ଚେଷ୍ଟା କରିଥିବାରୁ ଏହା ଭାସିଯାଇଥିବା ସନ୍ଦେହ କରାଯାଉଛି। ଘଟଣାର ସଠିକ୍ କାରଣ ନେଇ ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣାର ଖବର ଭୁବନେଶ୍ୱରରେ ପହଞ୍ଚିବା ପରେ ଜୟଦେବ ବିହାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories