ପରିବେଶ ସୁରକ୍ଷା ପାଇଁ ପିପଳଝାପର ଗୋଷ୍ଠି ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ବୃକ୍ଷ ରୋପଣ ।
କଳାହାଣ୍ଡି,୨୦/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପଳଝାପର ଗ୍ରାମ ର ଗ୍ରାମସଭା ଗୋଷ୍ଠି ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ରବିବାର ନିକଟସ୍ଥ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ରେ ଗ୍ରାମସଭା କମିଟି ଓ ଧର୍ମଗଡ ବନାଞ୍ଚଳ ଅନ୍ତର୍ଗତ ବେହେରା ଫରେଷ୍ଟ ସେକ୍ସନ ବିଭାଗ ର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କୁ ପ୍ରାକୃତିକ ସମ୍ପଦ ର ସୁରକ୍ଷା ଓ ସଚେତନତା ସହ ଆଗାମୀ ପିଢ଼ି କୁ ଏକ ସୁରକ୍ଷିତ ଜୀବନ ଦେବାପାଇଁ ଜଙ୍ଗଲ ର ସୁରକ୍ଷା ଓ ସବୁଜିମା ପାଇଁ ୫୦୦ ବୃକ୍ଷ ରୋପଣ ପିପଳ ଝାପର ଗ୍ରାମସଭା ପକ୍ଷରୁ କରାଯାଇଛି। କାଜୁ,ବାଉଁଶ,ଜାମୁକୋଳି ଭଳି ବୃକ୍ଷ ରୋପଣ କରାଯାଇଛି ଓ ଲଗା ଯାଇଥିବା ବୃକ୍ଷ ର ଯତ୍ନ ନେବାପାଇଁ ଗ୍ରାମସଭା ର ସଦସ୍ୟ ମାନେ ଶପଥ ଗ୍ରହଣ କରିଥିଲେ। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବେହେରା ଫରେଷ୍ଟର କ୍ଷୀରୋଦ ସେଠ, ଫରେଷ୍ଟ ଗାର୍ଡ ଲଳିତ କୁମାର ନାଏକ ସେମେତ ପିପଳଝାପର ଗ୍ରାମସଭା କମିଟି ର ସଭାପତି ସୁଭାଷ ଚନ୍ଦ୍ର ଖର୍ସେଲ, ଉପ ସଭାନେତ୍ରୀ ବିଳାସ ମାଝୀ, ସମ୍ପାଦକ ନିରଞ୍ଜନ ବାଗ,ସହ ସମ୍ପାଦିକା କୁନ୍ତି କୁମାରୀ ମାଝୀ, କୋଷାଧ୍ୟକ୍ଷ ସାବିତ୍ରୀ ନାଏକ, ରୁକଧର କାଣ୍ଡ, କୁଶଧ୍ୱଜ ନାଏକ, ଡମ୍ବରୁ ଧର ମାଝୀ,କଇନ୍ତା ପୁଝାରି, ନୃପରାଜ ମାଝୀ,ଭୁବନେଶ୍ୱର ନାଏକ, ନିରକ୍ଷ କାଣ୍ଡ, ଶୁକମନ ମାଝୀ, ୱାର୍ଡ ସଭ୍ୟା ବାଳମତି ନାଏକ, ଚୁମଲତା ମାଝୀ ସମେତ ଗୋଷ୍ଟି ଗ୍ରାମସଭା ର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

