Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bank Strike September (28-30): ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପୂର୍ବରୁ SBIର ଗ୍ରାହକଙ୍କୁ ପରାମର୍ଶ, ଆଗୁଆ ସାରି ଦିଅନ୍ତୁ ବ୍ୟାଙ୍କ କାମ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିବାରୁ ଗ୍ରାହକଙ୍କ ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଧର୍ମଘଟ ସମୟରେ ଶାଖା ସମ୍ପର୍କିତ କାମରେ ବାଧା ଉପୁଜିପାରେ। ତେଣୁ ଆବଶ୍ୟକ କାମଗୁଡ଼ିକୁ ଆଗୁଆ ଶେଷ କରିବାକୁ SBI ଗ୍ରାହକଙ୍କୁ କହିଛି।

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୧୧ରେ ମଧ୍ୟ ଦେଶବ୍ୟାପୀ ଧର୍ମଘଟ ହୋଇଥିଲା। ନିୟମିତ ବ୍ୟାଙ୍କିଂ କାମ ପାଇଁ ଗ୍ରାହକମାନେ ଡିଜିଟାଲ୍‌ ବ୍ୟାଙ୍କିଂ ଓ ଅନ୍ୟ ବିକଳ୍ପ ସେବା ବ୍ୟବହାର କରିବାକୁ SBI ପରାମର୍ଶ ଦେଇଛି। ଏହାସହ ଅକ୍ଟୋବର ୨୬ରୁ ଲଗାତାର ଧର୍ମଘଟ ନେଇ ମଧ୍ୟ ୟୁନିଅନ୍‌ ପକ୍ଷରୁ ଘୋଷଣା କରାଯାଇଛି।

ସେପ୍ଟେମ୍ବର ୨୮, ୨୯ ଓ ୩୦ରେ ଧର୍ମଘଟ ହେବାକୁ ଥିବା ବେଳେ ଏହା ପୂର୍ବରୁ ସେପ୍ଟେମ୍ବର ୨୬ ଓ ୨୭ ଶନିବାର ଏବଂ ରବିବାର ପଡ଼ୁଛି। ଫଳରେ ଶାଖାଗୁଡ଼ିକର ନିୟମିତ କାର୍ଯ୍ୟରେ ପ୍ରଭାବ ପଡ଼ିଲେ କିଛି ଗ୍ରାହକଙ୍କୁ ପର୍ଯ୍ୟାୟକ୍ରମେ ୫ ଦିନ ପର୍ଯ୍ୟନ୍ତ ସୀମିତ ଶାଖା ସେବାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ଟଙ୍କା ଉଠାଣ, ଜମା କିମ୍ବା ଅନ୍ୟ ଜରୁରୀ ଶାଖା ସମ୍ପର୍କିତ କାମ ଥିଲେ ଗ୍ରାହକମାନେ ଆଗୁଆ ସାରିଦେବା ଉଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories