Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Assembly Session: ଆସନ୍ତା କାଲିଠାରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ ; MMDR ଆଇନ ଉପରେ ବିରୋଧୀଙ୍କ ନଜର

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨, ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିବ। ଅଧିବେଶନରେ କେଉଁ ପ୍ରସଙ୍ଗ ଉଠିବ ଏବଂ ଗୃହ କାର୍ଯ୍ୟ କିପରି ସୁଚାରୁ ଭାବେ ଚାଲିବ, ସେନେଇ ଆଲୋଚନା ହେବ। ସେପଟେ ବିଜେଡି ଓ କଂଗ୍ରେସ ବିଧାୟକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଶାସକ ବିଜେପି ମଧ୍ୟ ଅଧିବେଶନ ପାଇଁ ପ୍ରସ୍ତୁତି କରୁଛି।

ଏହି ଅଧିବେଶନରେ MMDR Amendment Act, 2026 ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି। ବିଜେଡି ଓ କଂଗ୍ରେସ ଏହି ସଂଶୋଧନକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହାସହ ପାଠ୍ୟପୁସ୍ତକରେ ତ୍ରୁଟି, ଆଇନ ଶୃଙ୍ଖଳା, କୃଷକ ସମସ୍ୟା, ମହିଳା ସୁରକ୍ଷା ଓ ଆଦିବାସୀ ଅଧିକାର ଭଳି ପ୍ରସଙ୍ଗ ମଧ୍ୟ ଉଠିପାରେ। ଅନ୍ୟପକ୍ଷରେ, ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛି।

ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଜେପି ବିଧାୟକ ଦଳ ମଧ୍ୟ ଆଜି ବୈଠକ କରି ଅଧିବେଶନରେ ଉଠାଯିବାକୁ ଥିବା ପ୍ରସଙ୍ଗ ନେଇ ଆଲୋଚନା କରିବ। ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଏହି ଅଧିବେଶନରେ MMDR ଆଇନ ସହ ଅନ୍ୟାନ୍ୟ ରାଜ୍ୟ ପ୍ରସଙ୍ଗ ଉପରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆଲୋଚନା ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories