Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Samay Raina-Medha Shankr Wedding: ଡିସେମ୍ବରରେ ବିବାହ ଖବରକୁ ନେଇ ଚର୍ଚ୍ଚା, ମଜାଳିଆ ଢଙ୍ଗରେ ଜବାବ ଦେଲେ ସମୟ ରୈନା

ନୂଆଦିଲ୍ଲୀ: କମେଡିଆନ୍ ସମୟ ରୈନା ଓ ଅଭିନେତ୍ରୀ ମେଧା ଶଙ୍କରଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ରେଡିଟ୍‌ରେ ଏକ ଅଜ୍ଞାତ ପୋଷ୍ଟରେ ଦାବି କରାଯାଇଥିଲା ଯେ, ଦୁହେଁ ଡିସେମ୍ବରରେ ବିବାହ କରିବାକୁ ଯୋଜନା କରୁଛନ୍ତି। ଏହା ପରେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି।

ରବିବାର ସମୟ ରୈନା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଏହି ଦାବି ସମ୍ପର୍କିତ ଏକ ପୋଷ୍ଟ ଶେୟାର କରିଥିଲେ। ପୋଷ୍ଟରେ ଲେଖାଥିଲା ଯେ, ‘ସମୟ ରୈନା ଡିସେମ୍ବରରେ ମେଧା ଶଙ୍କରଙ୍କୁ ବିବାହ କରିବେ।’ ଏହା ଉପରେ ସମୟ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଥିଲେ ଯେ, ଡିସେମ୍ବରରେ ତାଙ୍କ ଇଣ୍ଡିଆ ଟୁର୍‌ ରହିଛି, ତେଣୁ ମେଧାଙ୍କୁ ‘ସରି’ କହି ବିବାହକୁ ପଛକୁ ଘୁଞ୍ଚାଇବାକୁ ପଡ଼ିବ ବୋଲି କହିଥିଲେ |

ସମୟଙ୍କ ଏହି ମଜାଳିଆ ପ୍ରତିକ୍ରିୟା ପରେ ବିବାହ ଗୁଜବକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି। ତେବେ ରେଡିଟ୍‌ରେ ହୋଇଥିବା ଦାବିକୁ ନେଇ ସମୟ କିମ୍ବା ମେଧାଙ୍କ ପକ୍ଷରୁ କୌଣସି ଅଧିକୃତ ବିବାହ ଘୋଷଣା ସାମ୍ନାକୁ ଆସିନାହିଁ। ସୋସିଆଲ ମିଡିଆରେ ଉଭୟଙ୍କ ହାସ୍ୟରସାତ୍ମକ ପ୍ରତିକ୍ରିୟାକୁ ଦେଖି ପ୍ରଶଂସକମାନେ ନିଜ ନିଜ ଅନୁମାନ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories